
ଧର୍ମଶାଳା – ଗ୍ରାମାଚଂଳରେ ଜନସାଧାରଣଙ୍କୁ ସ୍ୱଚ୍ଛ ପାଣି ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ପଂହଚି ପାରୁ ନଥିବା ଦେଖିବାକୁ ମିଳିଛି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତରେ । ୧୦ ବର୍ଷ ପୂର୍ବେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ରହ୍ମବରଦା ଦାଣ୍ଡିଠାରେ ସରକାରଙ୍କ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇ ପାଇପ ଯୋଗେ ଲୋକଙ୍କ ନିକଟରେ ପାଣି ଯୋଗାଇ ଦିଆଯାଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ଅଭାବରୁ ଏହି ପାଇପ ଗୁଡିକୁ ମରାମତି କରାଯାଉ ନଥିବା ବେଳେ ଅନେକ ସ୍ଥାନରେ ପାଇପ ଫାଟି ପାଣି ଅନବରତ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ଏବଂ ଏହି ଫଟା ଫାଇପରେ ବର୍ଷା ଜଳ ମିଶୁଥିବା ବେଳେ ଏହି ପାନୀୟ ଜଳ ଦୂଷିତ ହେବାରେ ଲାଗିଛି । ଏହି ପାଣି ପିଇବାରୁ ଲୋକେ ବଂଚିତ ହୋଇଛନ୍ତି । ତୁରନ୍ତ ଏହି ପାଇପଗୁଡିକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।