ଗଂଜାମ – ଆଜି ବ୍ରହ୍ମପୁର ପ୍ରେମ ନଗରସ୍ଥିତ ଆର୍ଯ୍ୟବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁÂିତ ହୋଇଯାଇଛି । ଏହି ଶିବିରରେ ମଧୁମେହ ରୋଗ ପାଇଁ ମାଗଣା ରକ୍ତ ପରୀକ୍ଷା, ରକ୍ତଚାପ, ବାତ ରୋଗର ନିଦାନ କରି ଶତାଧିକ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଛି । ବରିÂ ଡାକ୍ତର ନକୁଳ ସାହୁ, ପ୍ରଫେସର ଜଗମୋହନ ରାଓ, ଡା. ପି. ଗୋପଳ ଚିକିତ୍ସା ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ଶ୍ରୀନିବାସ ରାଓ, ମୁରଲୀ କୃଷ୍ଣା, ଶଙ୍କର ନାରାୟଣ, କେ. ନାଗେଶ୍ୱର ରାଓ, ଜଗନ୍ନାଥ ଓ ସଭାପତି ଜଗନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଶିବିର ପ୍ରତିମାସର ଦ୍ୱିତୀୟ ରବିବାର ଦିନ ଆୟୋଜିତ ହୋଇଥାଏ ।
Related Stories
November 22, 2024