କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଗଣପର୍ବ ସାପ୍ତାହିକ ଗଜଲକ୍ଷ୍ମୀ ପୂଜା ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି । ପାରମ୍ପାରିକ ରୀତି ନୀତିରେ ମା ଲକ୍ଷ୍ମୀଙ୍କୁ ଆବାହନ କରାଯାଇଥିବାବେଳେ ପୂଜା କମିଟିର ସଦସ୍ୟମାନେ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଙ୍କ କୃପା ଲାଭ କରିବା ନିମନ୍ତେ ଜାଗ୍ରତ ରହିଥିଲେ । ସହରରେ ୬୯ଟି ପୂଜା ମଣ୍ଡପରେ ମା ଲକ୍ଷ୍ମୀ ଏବଂ ବିଭିନ୍ନ ଦେବାଦେବୀ ପୂଜା ପାଉଛନ୍ତି । ପୂଜା ମଣ୍ଡପକୁ ରଙ୍ଗୀନ୍ ଆଲୋକ ଏବଂ ତୋରଣରେ ସଜା ଯାଇଛି । କାକଟ ମଙ୍ଗଳା କ୍ଲବର ଚାନ୍ଦି ମେଢ ସହିତ ଖଡିଅଙ୍ଗ, ଗଣାମାହଲ ଚାନ୍ଦିମେଢ ପୂଜାରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହୋଇଛି । ଡାକବାଜି ଗୀତର ତାଳେ ତାଳେ ପୂଜା ମହୋତ୍ସବକୁ ମୁଖରିତ କରିଛି । ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଅନୁÂିତ ହେବ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି ।
ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ମେଢକୁ ତିନୋଟି ପ୍ରକାରରେ ବିଭକ୍ତ କରାଯିବା ସହିତ ସହରର ବିଭିନ୍ନ ସ୍ଥାନରେ ୬ଟି ଅସ୍ଥାୟୀ ଫାଣ୍ଡି କରାଯାଇ ସମ୍ଭେଦନ ଶୀଳ ସ୍ଥାନମାନଙ୍କରେ ପୋଲିସ୍ ମୃତୟନ କରାଯାଇଛି । ଏଥି ସହିତ ୨୩ ପ୍ଲାଟୁନ୍ ପୋଲିସକୁ ମୃତୟନ କରାଯିବା ନିମନ୍ତେ ରିଜର୍ଭ ରଖାଯାଇଛି । ପାଗ ଅନୁକୁଳ ଥିବାରୁ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ଅଧିକ ଉତ୍ସବମୁଖର ହୋଇପାରିବ ବୋଲି ପୂଜା କମିଟିର କର୍ମକର୍ତାମାନେ ଆଶା କରିଛନ୍ତି । ଏହି ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ପୋଲିସ ଅତିରିକ୍ତ ମହାନିଦେ୍ର୍ଧଶକ (ଡିଆଇଜି) ଆଶିଷ କୁମାର ସିଂ ରବିବାର କେନ୍ଦ୍ରାପଡାରେ ପହଁଚି ପୈାରସଂସ୍ଥା ଟାଉନ୍ ହଲ୍ଠାରେ ପୋଲିସ ମାନଙ୍କ ସହ ଏକ ଆଲୋଚନା କରିଥିଲେ । ଏହି ଗଜଲକ୍ଷ୍ମୀ ପୂଜା କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେବ ଏବଂ ଶ୍ରଦ୍ଧାଳୁମାନେ କୈାଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ଗଜଲକ୍ଷ୍ମୀ ପୂଜାକୁ ନିୟନ୍ତ୍ରଣ କରିବା ପାଇଁ ସମ୍ବେଦନଶୀଳ ଜାଗାରେ ୩୬ଟି ସିସି କ୍ୟାମେରା ଏବଂ ୬୯ଟି ପୂଜା ମଣ୍ଡପରେ ପୋଲିସ ମୃତୟନ କରାଯାଇଛି । ଏଥିସହିତ ପୂଜାକୁ ନିୟନ୍ତ୍ରଣ କରିବା ପାଇଁ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଡିଏସ୍ପି ୧୦ ଜଣ, ଇନିସ୍ପେକ୍ଟର ୨୨ ଜଣ, ଏସ୍ଆଇ ଓ ଏଏସ୍ଆଇ ୪୦ ଜଣ ସହିତ ୨୩ ପ୍ଲାଟୁନ୍ ପୋଲିସ ପୋର୍ସ ଏବଂ କନେଷ୍ଟବଳ ୨୦୦, ହୋମ୍ଗାର୍ଡ ୨୫୦ ମୃତୟନ କରାଯାଇଛି ବୋଲି ସୂଚନା ମିଳିଛି । ଆୟୋଜିତ ଏହି ପୋଲିସ ବୈଠକରେ ଆରକ୍ଷୀ ଅଧିକ୍ଷକ ନୀତିଶେଖର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ୍ ମହାନ୍ତି, କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ସହିତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।