
କନ୍ଧମାଳ, ଯୁବତୀଙ୍କୁ ସଲପ ତାଡ଼ି (ନିଶା ପାନୀୟ) ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ପଚାଂୟତର ପିଦୁଡ଼ିମିଲା ଗ୍ରାମରେ । କୋଟଗଡ଼ ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଓସେଫ୍ ବଡମାଝି ଓ ନୀଳାମ୍ବର ବଡମାଝି ।
ସୂଚନା ଅନୁଯାୟୀ, ଗତ ୧ ତାରିଖ ଦିନ ଯୁବତୀ ଜଣକ ତାଙ୍କ ଗାଁ ଠାରୁ ୫୦୦ ମିଟର ଦୂରରେ ଥିବା ପେନାପେଟି ଜଙ୍ଗଲକୁ ଯାଇଥିବା ବେଳେ ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ଓସେଫ ଓ ତାଙ୍କ ସମ୍ପର୍କୀୟ ଭାଇ ନୀଳାମ୍ବର ଉଭୟ ମିଶି ତାଙ୍କୁ ସେଠାରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ପୀଡ଼ିତା କୌଣସି ପ୍ରକାରେ ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇଥିଲେ । ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଏନେଇ ଏତଲା ଦାୟର୍ ହୋଇଥିଲା । ପୋଲିସ କେସ୍ ନଂ ୫/୨୧ ରେ ଏକ ମାମଲା ରୁଜ୍ଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO