

ସୂଚନା ଅନୁଯାୟୀ, ଗତ ୧ ତାରିଖ ଦିନ ଯୁବତୀ ଜଣକ ତାଙ୍କ ଗାଁ ଠାରୁ ୫୦୦ ମିଟର ଦୂରରେ ଥିବା ପେନାପେଟି ଜଙ୍ଗଲକୁ ଯାଇଥିବା ବେଳେ ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ଓସେଫ ଓ ତାଙ୍କ ସମ୍ପର୍କୀୟ ଭାଇ ନୀଳାମ୍ବର ଉଭୟ ମିଶି ତାଙ୍କୁ ସେଠାରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ପୀଡ଼ିତା କୌଣସି ପ୍ରକାରେ ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇଥିଲେ । ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଏନେଇ ଏତଲା ଦାୟର୍ ହୋଇଥିଲା । ପୋଲିସ କେସ୍ ନଂ ୫/୨୧ ରେ ଏକ ମାମଲା ରୁଜ୍ଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।