-
ଜଗତଗୁରୁ,ରାଜ୍ୟପାଳ କଲେ ମହୋଦଧି ଆଳତି
-
ମଦ, ମାଂସ, ଆଶ୍ଳୀଳ ନାଚ, ନଗ୍ନତା ମହୋଦଧି ରେ ବନ୍ଦ ହେବା ଉଚିତ -ଜଗତଗୁରୁ
ପୁରୀ ମହୋଦଧି ତଟରେ ସ୍ୱର୍ଗଦ୍ୱାର ସମ୍ମୁଖରେ ଭାଗରେ ପଞ୍ଚଦଶ ତମ ମହୋଦଧି ଆଳତି ମହୋତ୍ସବ ଅନୁଷ୍ଠିତ |ମୁଖ୍ୟ ଅତିଥି ରୂପେ ଓଡିଶା ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଶ୍ରୀମଦ ଭାଗବତ, ମହୋଦଧି, ସନ୍ଥ ମାନଙ୍କ ମହତ ସମ୍ପର୍କରେ ଆଲୋକ ପାତ କରିବା ସହିତ ପ୍ରେମମୟ ଆନନ୍ଦ ଜଗତଗୁରୁ ଙ୍କ ଶ୍ରୀଚରଣରେ ଆମେ ପ୍ରାପ୍ତ କରିପାରିଛେ |ଭଗବାନ ଶ୍ରୀକୃଷ୍ଣ କିଛି ନାଁ କିଛି ରୂପରେ ବିଦ୍ୟମାନ ଆମେ ସନ୍ତାନ ରୂପରେ ଭାରତ ବର୍ଷରେ ବିଦ୍ୟମାନ ଅଛୁ |ଉପସ୍ଥିତ ସାଧୁ, ସନ୍ଥ ମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଟି କୋଟି ପ୍ରଣାମ କରିଥିଲେ |ଉତ୍ସବ ର ମୁଖ୍ୟ ଆକର୍ଷଣ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସ୍ୱରସ୍ବତୀ ନିଜର ତେଜସ୍ୱୀ ଭାଷଣ ରେ ମହୋଦଧି କୁ ବ୍ୟାପାର ନ କରି ଆଧ୍ୟାତ୍ମିକ ଦୃଷ୍ଟି କୋଣରେ ଭକ୍ତି କରିବା ଉଚିତ |ସରକାର ଏଥିପ୍ରତି ଯତ୍ନବାନ ହେବା ଉଚିତ |ରାଜ୍ୟ ନେତା ଶାସନ ତନ୍ତ୍ର ସତା ଲୁଲୁପ୍ତା ଓ ଅଦୁରଦର୍ଶିତା ରୂପେ କାର୍ଯ୍ୟ କରୁଛନ୍ତି |
ବିଜ୍ଞାନ ହେଉଛି ବୈଦିକ ସନାତନ ଧର୍ମ ର ନିର୍ଯ୍ୟାସ ଯାହା ବିଶ୍ୱ ସ୍ତରରେ ପ୍ରମାଣିତ, ୬୪ କଳା ସନାତନ ଧର୍ମ ରେ ବର୍ଣ୍ଣିତ ଅଛି |
ନଚେତ ଏତେମ, ମୋବାଇଲ ଯୁଗରେ ମଧ୍ୟ ସନାତନ ବୈଦିକ ଶାସ୍ତ୍ର ସମସ୍ତ ଙ୍କର ମାର୍ଗଦର୍ଶକ ଭାବେ କରିଆସୁଛି |ମଠ, ମନ୍ଦିର ହେଉଛି ଆଧ୍ୟାତ୍ମିକତାର କିଲା ଵା ଦୁର୍ଗ |ଏହାର ସୁରକ୍ଷା ହେବା ଜରୁରୀ |ଧର୍ମନିରପେକ୍ଷତା ଶାସନ ନାମରେ ସନାତନ ହିନ୍ଦୁ ଧର୍ମ ଉପରେ ନିୟନ୍ତ୍ରଣ କଦାପି ବରଦାସ୍ତ କରାଯିବ ନାହିଁ |ମୁଁ ସଂକେତ କରୁଛି ଏହାଠାରୁ ଦୁରେଇ ରୁହନ୍ତୁ |ସମୁଦ୍ର ତଟ ହେଉଛି ପବିତ୍ର | ଏହି ସମୁଦ୍ର ତଟରେ ମଦ, ମାଂସ, ଆଶ୍ଳୀଳ ନାଚ, ନଗ୍ନତା ହେବା ଉଚିତ ନୁହେଁ |ମହୋଦଧି ତଟର ୩ କିଲୋମିଟର ପରିସୀମା ମଧ୍ୟରେ ଭଜନ, କୀର୍ତ୍ତନ, ଭାଗବତ ଚର୍ଚ୍ଚା ହେବା ଉଚିତ |ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ମହୋଦଧି ଏହି ପବିତ୍ରତା ରଖାଯାଇ ପାରିବ |ଏହି ଉତ୍ସବରେ ଆଦିତ୍ୟ ବାହିନୀ ର ଇଂଜିନିୟର ପ୍ରଶାନ୍ତ ଆଚାର୍ଯ୍ୟ ଉଦବୋଧନ ଦେଇଥିବାବେଳେ ପଣ୍ଡିତ ହୃଷିକେଶ ଜୀ ମଞ୍ଚ ପରିଚାଳନା କରିଥିଲେ |ମଞ୍ଚରେ ଜଗତଗୁରୁ ଙ୍କର ନିଜି ସଚିବ ସ୍ୱାମୀ ନିଧିକଳ୍ପା ନନ୍ଦ ସ୍ୱରସ୍ବତୀ ଙ୍କ ସମେତ ଭାରତବର୍ଷ ର ବିଭିନ୍ନ ସ୍ଥାନରୁ ଆଗମନ କରିଥିବା ସାଧୁ, ସନ୍ଥ, ମହନ୍ତ ବୃନ୍ଦ ଉପସ୍ଥିତ ଥିଲେ |ଏହା ପରେ ଆରତୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |