
ମାଲକାନଗିରି-ପୁଣି ଚର୍ଚ୍ଚାରେ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରଓ୍ବାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି । ଏହି ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ଏସଡିଜେଏମ କୋର୍ଟରେ ଓ୍ବାନ ସିସି ଦାୟର କରିଛନ୍ତି । ଏସପି ଋଷିକେଶ ଖିଲାରୀଙ୍କ ସମେତ ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଳ ପାଢୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କ ନାମରେ ଏତଲା ଦାୟର ହୋଇଛି! ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାରକୁ ପୋଲିସ ଉପେକ୍ଷା କରିଛି । ଏହାସହ ତାଙ୍କୁ ପୋଲିସ ଡରାଇ ଧମକାଇ କେସ୍ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଥିବା ଭଳି ୧ ୩ ଟି ଅଭିଯୋଗ ଏସିଡିଜେଏମ କୋର୍ଟରେ ଦାୟର ହୋଇଛି । କେଶ ନମ୍ବର ୫/୨୦୨୧ ଅନୁଯାୟୀ ସମ୍ପୃକ୍ତ ୫ ଜଣଙ୍କ ନାମରେ ୫୦୬, ୨୦୪, ୨୦୩, ୨୦୨, ୨୦୧, ୧୯୬, ୧୯୩, ୧୯୨, ୧୧୯, ୧୧୫, ୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି । ମାମଲାରେ ସାକ୍ଷୀ ଭାବେ ନିବେଦିତା ପଣ୍ଡା ଏବଂ ବିବେକ ପଣ୍ଡା ରହିଛନ୍ତି । ଜିଲ୍ଲାପାଳଙ୍କ ବିରୁଦ୍ଧରେ କେସ୍ ରୁଜୁ ନକରିବାରୁ ପତ୍ନୀ ବନଜା ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ । ସେତେବେଳେ ମାନ୍ୟବର କୋର୍ଟ ମାଲାକାନଗିରି ପୋଲିସକୁ ସେହି କେସ୍ ହସ୍ତାନ୍ତର କରି ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବର୍ତ୍ତମାନ ଏସପିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଏତଲା ଦାୟର ହୋଇଥିବାରୁ ଘଟଣା ଆଗକୁ କି ମୋଡ ନେଉଛି, ତାହା ଉପରେ ସମସ୍ତଙ୍କ ନଜର । ୨୦୧୯ ଡିସେମ୍ବର ୨୭ରେ ନିଖୋଜ ହୋଇଥିଲେ ଦେବ ନାରାୟଣ । ଡିସେମ୍ବର ୨୮ରେ ସତୀଗୁଡା ଡ୍ୟାମରୁ ମୃତଦେହ ଜବତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO