
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଗତ ୩ ବର୍ଷରେ ମୋଟ ୩୭୩ଟି ଦୁର୍ଘଟଣା ଘଟି ୧୮୬ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି । ୨୦୧୮ ମସିହାର ପୁଲିସ ରିପୋର୍ଟ ଅନୁଯାୟୀ ୧୩୩ଟି ଦୁର୍ଘଟଣା ଘଟିଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩୯ ଜଣ ସାମାନ୍ୟ ଆହତ ହୋଇଥିଲେ। ତେବେ ଜୋରିମାନା ବାବଦକୁ ୨୨ ଲକ୍ଷ ୧୮ ହଜାର ୮ ଶହ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ୪୧୧ ଜଣଙ୍କର ଲାଇସେନସ୍ ରଦ୍ଦ କରାଯାଇଥିଲା। ୨୦୧୯ ମସିହାରେ ୧୨୩ଟି ଦୁର୍ଘଟଣା ଘଟିଥିବା ବେଳେ ୬୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୩୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୭ ଜଣ ସାମାନ୍ୟ ଆହତ ହୋଇଥିଲେ। ଜୋରିମାନା ବାବଦକୁ ୧୪ ଲକ୍ଷ ୬୭ ହଜାର ୯୩୦ ଟଙ୍କା ଆଦାୟ କରାଯାଇଥିବା ବେଳେ ୪୧୨ ଜଣଙ୍କର ଲାଇସେନସକୁ ରଦ୍ଦ କରାଯାଇଥିଲା। ୨୦୨୦ ମସିହାରେ କରୋନା ମହାମାରୀ ସତ୍ବେ ମଧ୍ୟ ୧୧୭ଟି ଦୁର୍ଘଟଣା ଘଟିଥିଲା। ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୪ ଜଣ ସାମାନ୍ୟ ଆହତ ହୋଇଥିଲେ। ସେହିପରି ଜୋରିମାନା ବାବଦକୁ ୧୩ ଲକ୍ଷ ୪୦ ହଜାର ୨୫୦ ଟଙ୍କା ଆଦାୟ କରାଯାଇଥିବା ବେଳେ ମାତ୍ର ୬୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିବା କୁହାଯାଇଛି! ପ୍ରତିବର୍ଷ ଦୁର୍ଘଟଣାରେ ୬୦ ଜଣ ଏଭେରେଜରେ ମୃତ୍ୟୁ ଘଟୁଛି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ଏବେ ଚାରିଆଡେ ପକ୍କା ରାସ୍ତା ହୋଇଯାଇଥିବା ବେଳେ ଲୋକେ ଆଉ ଗାଡିରେ ବ୍ରେକ ଦେଉନାହାନ୍ତି। ଯାହାଫଳରେ ଦୁର୍ଘଟଣା ବଢିଚାଲିଛି। ଦ୍ରୁତ ଗତିରେ ଗାଡି ଚାଳନା ନକରିବା ଉପରେ ସବୁ ସଚେତନ ସତ୍ବେ ମଧ୍ୟ ଲୋକେ ସଚେତନ ନହୋଇ ମୃତ୍ୟୁବରଣ କରୁଛନ୍ତି। ତେଣୁ ବିଭାଗ ପକ୍ଷରୁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ହୁଏତ ଲୋକେ ଭୟ କରି ହେଲମେଟ ପନ୍ଧିବା ସହ ଚାରିଚକିଆ ଯାନରେ ସିଟବେଲ୍ଟ ଲଗାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ ଅଧିକାଂଶ ଦୃଘଟଣା ବେପରୁଆ ଭାବେ ହମ୍ସ ନିର୍ମାଣ ଯୋଗୁଁ ଘଟୁଥିବା ନେଇ ସାଧାରଣ ରେ ଆଲୋଚନା ହେଉଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO