

Related Stories
April 29, 2025
ମାଲକାନଗିରି,ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀ ନେତା ଓ ଅଧିକାରୀ ଙ୍କୁ ବିଭିନ୍ନ ବିଦ୍ୟାଳୟ କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିବାପରେ ଏଥିପାଇଁ ସବୁ ମହଲ ରେ ଆଗ୍ରହ ଦେଖାଦେଇଛି!ଏହି ପରିପ୍ରେକ୍ଷୀରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ର ଜବାନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଜଣାପଡିଛି!ବିଦ୍ୟାଳୟ ର ପ୍ରଧାଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ. ନବକିଶୋର ମଲିକ ଏହାକୁ ସ୍ୱାଗତ କରିବା ସହିତ ଆଦିବାସୀ ବହୁଳ ଏହି ବିଦ୍ୟାଳୟ ର ସାମଗ୍ରୀକ ବିକାଶ ପାଇଁ ଏହା ସହାୟକ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି!ଏହି ବିଦ୍ୟାଳୟ ରେ ପ୍ରଥମେ ଏକ. ସ୍ମାର୍ଟ କ୍ଲାସ କରାଯିବାକୁ ଲକ୍ଷ ରଖାଯାଇଥିବାବେଳେ ଏହା ଯୋଗୁଁ ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ!