
କେନ୍ଦୁଝର,କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇିଁ ଜିଲ୍ଲା ଟାସ୍କ ଫୋର୍ସ ବୈଠକରେ ନିଷ୍ପତି ନିଆଯାଇଛି । ଏହି ମର୍ମରେ ଏକ ବାର୍ତାରେ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ ଲୋଡିଛନ୍ତି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିନି କନ୍ଫରେନ୍ସ ହଲରେ ଆୟୋଜିତ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଷ୍ଠଳୂ ନିର୍ଦ୍ଦେଶକ ଜଃ ଉଦ୍ଧବ ଚନ୍ଦ୍ର ମାଝୀ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ସୈାଦାମିନୀ ବିଶ୍ୱାଳ ଏହି ବୈଠକରେ ଉଦ୍ବୋଧନ ଦେଇ କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇିଁ ବ୍ୟାପକ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିବା ସହ ଏହି ପ୍ରସଙ୍ଗ ସହିତ ଜଡିତ ସମସ୍ତ ଅଧିକାରୀ , କର୍ମଚାରୀ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ବାଲ୍ୟ ବିବାହ ସଂପର୍କିତ ଜାତୀୟ ଓ ରାଜ୍ୟସ୍ତର ସହ ଜିଲ୍ଲାର ହାର ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ବାଲ୍ୟ ବିବାହ ପ୍ରବଣ ଅଂଚଳ ଚିହ୍ନଟ ଏବଂ ଏହାକୁ ଆଧାର କରି କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା କ୍ଷେତ୍ରରେ ବିଭିନ୍ନ ବିଭାଗ ଯଥା ଆରକ୍ଷୀ ବିଭାଗ, ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ବିଭାଗ , ଶିଶୁ ସୁରକ୍ଷା ବିଭାଗ , ସ୍ୱାସ୍ଥ , ଶିକ୍ଷା, ସମଗ୍ର ଶିକ୍ଷା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂସ୍ଥା, ଆଇନ ସେବା ପ୍ରରାଧିକରଣର ଭୁମିକା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କିପରି ସଚେତନ ଅଭିଯାନକୁ ଫଳପ୍ରଦ କରାଯାଇ ପାରିବ ସେ ସଂପର୍କରେ ସେ ସଂପର୍କରେ ଆଲୋଚନା କରାଯାଇଥିଲା ।ବାଲ୍ୟ ବିବାହ ବନ୍ଦ କରିବା ଏବଂ କିଶୋରୀ ସଶକ୍ତିକରଣ ପାଇିଂ ବିଭିନ୍ନ ବିଭାଗର ସମନ୍ୱୟ ଓ ସହଯୋଗରେ ଜିଲ୍ଲା ପାଇିଁ ପ୍ରଥମ ପଯ୍ୟାୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ଏତଦ ବ୍ୟତିତ ତୃଣ ମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବାଲ୍ୟ ବିବାହ ବନ୍ଦ ଓ କିଶୋରା ସଶକ୍ତି କରଣ ସଂପର୍କରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ହାତକୁ ନେବା ପାଇିଁ ବୈଠକରେ ନିଷ୍ପତି ହୋଇଛି । ସଚେତନତା ସୃଷ୍ଟି ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ କିଶୋରୀ ସଶକ୍ତି କରଣ ବ୍ୟବସ୍ଥା କରିବାକୁ ନିଷ୍ପତି ନଆଯାଇଛି । ଏତଦ ବ୍ୟତିତ ଜିଲ୍ଲାକୁ ବୀଲ୍ୟ ବିବାହ ମୁକ୍ତ କରିବା ଓ କିଶୋରୀ ସଶକ୍ତି କରଣ ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବାସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ସଂପର୍କିତ ସରକାରଙ୍କ ନିର୍ଦ୍ଦେଶ ସଂପର୍କରେ ଆଲୋକପାତ କରିଥିବା ବେଳେ ୟୁନିସେଫ ଆକ୍ସନଏଡ୍ଜିଲ୍ଲା ସଂଯୋଜକ ଗୋବିନ୍ଦ ସେଠୀ , ପାଓ୍ୟାର ପଏଟଂ ପ୍ରେଜେଟେଂସେନ ମାଧ୍ୟମରେ ନିୟମାବଳୀ ଓ ତଥ୍ୟ ଉପସ୍ଥାପନ କରିଥିଲେ ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଆରତୀ ରଥ, ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରଦ୍ୟମ୍ନ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ , ଡି.ପି. ସି. ସମଗ୍ର ଶିକ୍ଷା ପୁର୍ଣ୍ଣ ଚନ୍ଦ୍ର ସେଠୀ, ଡି. ଆଇ . ପି. ଆର . ଓ. ସଂଜିବ ବାରିକ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ମିସନ ଶକ୍ତି ଜିଲ୍ଲା ସଂଯୋଜକ ଶିଶିର ଷଡଙ୍ଗୀ , ଚାଇଲଡ ଲାଇନ ସଂଯୋଜକ ଆର. ସି. ମିଶ୍ର ପ୍ରମୁଖ ବୈଠକରେ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ୍ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO