
ମାଲକାନଗିରି,ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳସ୍ଥିତ ଗାଜଲ ମାମୁଡି ପଞ୍ଚାୟତର ରା଼ଙ୍ଗିଣିଗୁଡ଼ା, ବନ୍ଧଗୁଡା, ଲାଞ୍ଜିଗୁଡ଼ା ଓ ପୂଜାରୀଗୁଡ଼ା ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମର ପ୍ରମୁଖ ଲୋକମାନେ ମାଲକାନଗିରି ଜିଲାପାଳଙ୍କୁ ଭେଟି ଦରଖାସ୍ତ ଦେବା ସହ ଜିଲ୍ଲା ପାଳ ଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ । ଉକ୍ତ ଗ୍ରାମର ଗ୍ରାମ ମୁଖିଆ ମାନେ ସମାଜ ସେବୀ ପିତାମ୍ବର ଖେମୁଡୁଙ୍କ ସହାୟତାରେ ସୋମନାଥ ବଡ଼ନାୟକ, ବୁଦୁରାମ ପାନସିଆ, ସୁକଦେଵ ବୁରୁଡ଼ି, ଆଦୁ ଗୋଲାରୀ, ସେସୁ ଖିଲ, ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିବା ସହ ଅଞ୍ଚଳର ମୌଳିକ ସମସ୍ୟା କୁ ନେଇ ଏକ ଦରଖାସ୍ତ ପ୍ରଦାନ କରିଥିଲେ। ସ୍ୱାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଆଜିବି ନିଜର ମୌଳିକ ଅଧିକାର ପାଈଁ ସଂଘର୍ଷ କରୁଛନ୍ତି। ଏଠିକାର ଲୋକେ ଶିକ୍ଷା, ସ୍ୱାସ୍ତ୍ୟ, ଗମନାଗମନ, ପିଇବା ପାଣି, ଭଳି ବହୁ ମୌଳିକ ସମସ୍ୟା ଠାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଗ୍ରାମ ଗୁଡିକରେ ବିଜୁଳି ନାହିଁ, ସ୍କୁଲ ନାହିଁ, ଅଙ୍ଗନବାଡ଼ି ଘର ଟିଏ ବି ନାହିଁ, ଗ୍ରାମରେ ରାସ୍ତା ନାହିଁ। ପିଇବା ପାଣି ପାଇଁ ଲୋକେ ଚୁହା ଉପରେ ନିର୍ଭର କରୁଛନ୍ତି। ତୁରନ୍ତ ଏହି ସବୁ ଗ୍ରାମ ଗୁଡିକରେ ରାସ୍ତା ନିର୍ମାଣ ସହିତ ବିଦ୍ୟାଳୟ ଗୃହସ୍ଥାପନ କରିବା, ଗ୍ରାମ ଗୁଡିକରେ ବିଜୁଳିର ବ୍ୟବସ୍ଥା କରିବା, ପ୍ରାଥମିକ ବିଦ୍ୟାଳୟ, ସିସି ରାସ୍ତା, ଅଙ୍ଗନବାଡ଼ି କେନ୍ଦ୍ର ଇନ୍ଦିରା ଆବାସ, ଗୃହ ନିର୍ମାଣ କରିବା, ପିଇବା ପାଣି ବ୍ୟବସ୍ଥା କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦରଖାସ୍ତ ମାଧ୍ୟମରେ ଅନୁରୋଧ କରିଥିଲେ। ଜିଲ୍ଲାପାଳ ସମସ୍ୟା ଶୁଣିବା ସହ ତୁରନ୍ତ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO