
ମାଲକାନଗିରି,ମାଲକାନଗିରି ଜିଲା କୋରୁକୋଣ୍ଡାରେ ୨୨.୧୨.୨୦୨୦ ଦିନ ଚିତ୍ରକୋଣ୍ଡା ବ୍ଲକ, କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ବୃତ୍ତି ପରୀକ୍ଷା ଦେଇଥିଲେ । ଉକ୍ତ ବୃତ୍ତି ପରୀକ୍ଷା ଫଳାଫଳ କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନମ୍ବର – ୧୩୦/୨୦୨୧ ଅନୁଯାଇ ୨୨.୦୧.୨୦୨୧ ଦିନ ପ୍ରକାଶ ପାଇଛି ଚିତ୍ରକୋଣ୍ଡା ବ୍ଲକ, କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ବିଦ୍ୟାଳୟରୁ ଚଳିତ ବର୍ଷ ବୃତ୍ତି ପରୀକ୍ଷାରେ ସାତ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥି ମଧ୍ୟରୁ ବ୍ଲକ ସ୍ତରୀୟ ବୃତ୍ତି ପରୀକ୍ଷାରେ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଦୀପରାଜ ଭୂୟାଁ ପ୍ରଥମ ସ୍ଥାନ ପାଇଛନ୍ତି। ଖାଲି ସେତିକି ନୁହେଁ ଉକ୍ତ ବ୍ଲକ ସ୍ତରୀୟ ବୃତ୍ତିରେ ଚିତ୍ରକୋଣ୍ଡାର ତିନି ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟ ଦୁଇଜଣ ସମାନ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଅର୍ଣ୍ଣଭସିଙ୍ଗ ରାଉତ ଏବଂ ଆଉ ଜଣେ ଛାତ୍ର ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କବିରାଜ ଖେମୁଡୁ ସାତ ନମ୍ବର ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି। ଉକ୍ତ ଫଳାଫଳ ପ୍ରକାଶିତ ହେବା ପରେ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚର୍ଯ୍ୟ ବାନାମ୍ବର ପ୍ରଧାନ ଛାତ୍ର ମାନଙ୍କୁ ସ୍ବାଗତ ଜଣାଇ ଭବିଷ୍ୟତରେ ଅଧିକ ସଫଳତା ପାଇଁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ପ୍ରଥମ ସ୍ଥାନ ଉତ୍ତୀର୍ଣ ହୋଇଥିବା ଦୀପରାଜ ଭୂୟାଁଙ୍କ ପିତା ହେମନ୍ତ କୁମାର ଭୂୟାଁ, ମାତା ଲିପିକା ସାମନ୍ତରାୟ ଏବଂ ଭୂୟାଁ ପରିବାର ଆନନ୍ଦିତ ହେବା ସହ ଦୀପରାଜ କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO