-
ପାର୍ଟି ନେତାଙ୍କ ସହ ଜଳପଥରେ ବୁଲି ଦେଖିଲେ ପ୍ରାକୃତିକ ଶୋଭା
ଭୁୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତରକନିକା ଇକୋରିଟ୍ରିଟରେ ରାତି ବିତାଇବା ପରେ ରବିବାର ସକାଳେ ଭିତରକନିକା ବୁଲୁଛନ୍ତି । ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଶିଳ୍ପ ପର୍ଯ୍ୟଟନ ସହ ଅଂଚଳର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ।