-
ରୋଗୀଙ୍କ ସାହାଯ୍ୟ ପାଇଁ ହସ୍ପିଟାଲରେ ହେଲପ୍ ଡେସ୍କ ଖୋଲିବ ଓଡିଶା – ମୋ ପରିବାର

ଭୁବନେଶ୍ୱର– ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ତିଥି ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଶୁକ୍ରବାର ଦିନ ଆବାହକ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା-ମୋ ପରିବାର ଦାୟୀତ୍ୱରେ ଥିବା ବିଜେଡ଼ି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ସାଧରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା-ମୋ ପରିବାର ସଭ୍ୟମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୩୩ହଜାର ୟୁନିଟ୍ ସର୍ବନିମ୍ନ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ।
ସେହିପରି ଓଡ଼ିଶା-ମୋ ପରିବାର ନେତାଜୀଜୟନ୍ତୀଠାରୁ ରୋଗୀମାନଙ୍କୁ ସାହଯ୍ୟ କରିବା ପାଇଁ ରାଜ୍ୟର ପ୍ରମୁଖ ଚିକିତ୍ସାଳୟଠାରେ ସ୍ୱତନ୍ତ୍ର ସାହାଯ୍ୟ କେନ୍ଦ୍ର ବା ହେଲ୍ପ ଡେସ୍କ ସ୍ଥାପନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ହସ୍ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶନିବାର ଠାରୁ ଏହା କାର୍ଯ୍ୟକାରୀ ହେବ ।
ଏହି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ସଫଳ କରିବା ପାଇଁ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ସବୁ ଜିଲ୍ଲା ସଂଯୋଜକ, ରାଜ୍ୟ ସ୍ତରୀୟ କର୍ମକର୍ତା, ବିଧାୟକ, ସାଂସଦ, ଛାମୁଆ ସଂଗଠନ ଯଥା ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡିର ରାଜ୍ୟ କର୍ମକର୍ତାଙ୍କୁ ଅନୁରୋଧ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO