
ମାଲକାନଗିରି– ସ୍ଥାନୀୟ ସରକାରୀ କନିଷ୍ଠ ମହାବିଦ୍ୟାଳୟରେ ୧୧ ତମ ଜାତୀୟ ମତଦାନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପୀଢ଼ି ତଥା ମତଦାନ ପ୍ରାର୍ଥୀ ମାନଙ୍କୁ ସଶକ୍ତିକରଣ ତଥା ସଚେତନ କରିବା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ରୀଚନ୍ଦନ ମିଶ୍ରଙ୍କ ସଭାପତିତ୍ୱରେ କୋଭିଡ଼୍-୧୯ ନିୟମ ପାଳନ କରି ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବପୀଢ଼ିଙ୍କୁ ସଚେତନ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ସହକାରୀ ଜିଲ୍ଲାପାଳ ଚନ୍ଦ୍ରମଣି ସ୍ୱାଇଁ ଆମ ଦେଶର ଭୋଟଦାନ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଯୁବ ରେଡ଼କ୍ରସର ଜିଲ୍ଲା ଆବାହକ ତଥା ସମ୍ପାଦକ ଡ. ରଞ୍ଜନ କୁମାର ସ୍ୱାଇଁ ଆମ ଦେଶର ଗଣତନ୍ତ୍ର ବ୍ୟବସ୍ଥାରେ ଯୁବପୀଢ଼ିଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ ।
ମାଲକାନଗିରି ମହାବିଦ୍ୟାଳୟ, ସତ୍ୟ ନାରାୟଣ ବିଜ୍ଞାନ ମହାବିଦ୍ୟାଳୟ, ଘଡ଼େଇ ଆବାସିକ ମହାବିଦ୍ୟାଳୟ, ସରକାରୀ ମଡ଼େଲ ଡ଼ିଗ୍ରୀ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଡ. ହେନେରେିତା ମିଶ୍ର, ରତ୍ନାକର ମିଶ୍ର, ନେଶ ଶବର, ସୂର୍ଯ୍ୟ ନାରାୟଣ ଗୌଡ଼, କିଙ୍କର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ କିରାଣୀ ଜୟଦେବ ଦାସ, ଜ୍ଞାନ ରଞ୍ଜନ ସ୍ୱାଇଁ, ଭଗବାନ ମାଳି, ସରୋଜ ହାଲବା, ଦେବାଶିଷ ନେଲୁରୁ ଉପସ୍ଥିତ ଥିଲେ । ଆସନ୍ତା ୨୫ ତାରିଖରେ ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO