
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ମାଓ ଗଡ଼ ଭାବେ ବେଶ ପରିଚିତ। ଏଠାକାର ଲୋକେ ନୀରକ୍ଷର ହୋଇଥିବାରୁ ମାଓବାଦୀ ଏହାର ବେଶ ଫାଇଦା ଉଠାଉଛନ୍ତି। କିନ୍ତୁ ଏବେ ସ୍ଥିତି ବଦଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳ ମାଓ ପ୍ରବଣ ପଣସପୁଟ ପଞ୍ଚାୟତ ବେଜିଂ ଗ୍ରାମର ଝିଅ ଯମୁନା ଖିଲ। ବୟସ ୧୭ ବର୍ଷ। ପିଲାଟି ଦିନରୁ ପାଠ ପଢିବାର ପ୍ରବଳ ଆଗ୍ରହ ତାଙ୍କୁ ଆଜି କଲେଜ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି। ବାଲିମେଳା ବିଜ୍ଞାନ ଓ ବୈଷୟୀକ ମହାବିଦ୍ୟାଳୟରେ ଯୁକ୍ତ ୨ ପାସ କରିବା ପରେ ଏବେ ସେ ଘରେ ବସି ରହିଛି । ଅର୍ଥ ଅଭାବରୁ ସେ ଆଗକୁ ପାଠ ପଢିପାରୁନାହାନ୍ତି। କିନ୍ତୁ ସେ ନିଜେ ପାଠ ପଢ଼ିବାରୁ ବଞ୍ଚିତ ହୋଇଥିଲେ ବି ନିଜ ଅଞ୍ଚଳ ରେ ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ଯମୁନା। ଏଠି ଶିକ୍ଷା କହିଲେ କଣ ଲୋକେ ବୁଝନ୍ତି ନାହିଁ। ପିଲାମାନେ ଗାଈ ଚରାଇବାରେ ବ୍ୟସ୍ତ ଥିବା ବେଳେ ଝିଅମାନେ ମାଆଙ୍କୁ ଘରୋଇ କାମରେ ସହଯୋଗ କରୁଥିବା ଦେଖିବାକୁ ମିଳେ। ଯମୁନା କିନ୍ତୁ ଏବେ ସବୁ ପିଲାଙ୍କୁ ଏକତ୍ରିତ କରି ପ୍ରତିଦିନ ଦୁଇ ବେଳା ପାଠ ପଢାଉଛନ୍ତି। ପିଲାମାନଙ୍କୁ ଘରୁ ଡାକିଆଣି ଗାଁର ଏକ କୁଡିଆ ଘରେ ବସାଇ ସଂପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି। ଏଠାରେ ଲୋକ ମାନେ ପିଲାଙ୍କୁ ପାଠ ପଢିବାକୁ ନଛାଡି ଘର କାମ ଓ ଚାଷ ରେ ଲଗାଇଥାନ୍ତି
ଏସବୁରୁ ପିଲାଙ୍କୁ ମୁକ୍ତକରି ଯମୁନା ପାଠ ପଢାଇବା ପାଇଁ ଅଭିଭାବକମାନଙ୍କୁ ବୁଝାଇଥିଲେ। ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବାକୁ କହିଥିଲେ।କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ପିଲାମାନେ ପାଠ ନପଢି ବେକାର ହେଉଥିବା ଦେଖିବାକୁ ମିଳିଛି। ପୁଣି ଏହି ଅଞ୍ଚଳରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକମାନଙ୍କର ମାସ ମାସ ଧରି ଦେଖାମିଳେ ନାହିଁ। ଘରେ ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ରୋଜଗାରର ପନ୍ଥା ସେଭଳି ନାହିଁ। ଯମୁନା ଯୁକ୍ତ ତିନିରେ ନିଜ ନାମ ଲେଖାଇ ପୁଣି ପାଠ ପଢିବାକୁ ଚାହାନ୍ତି।ସେ ଉଚ୍ଚଶିକ୍ଷିତ ହେଲେ ସ୍ବାଭିମାନ ଅଞ୍ଚଳ ର ପିଲାମାନଙ୍କୁ ମଧ୍ୟ ଶିକ୍ଷିତ କରାଇବାର ଇଛା ପ୍ରକଟ କରନ୍ତି। ପାଠପଢାରେ ବାଧା ସୃଷ୍ଟି କରୁଥିବା ଗୋଷ୍ଠିଙ୍କୁ ଭୟ ନ କରି ଯମୁନା କିନ୍ତୁ ପିଲାଙ୍କୁ ଶିକ୍ଷା ଦେବା ଆରମ୍ଭ କରିଛନ୍ତି।ପାଠ ପଢିଲେ ହିଁ ସେମାନେ ମଣିଷ ହୋଇପାରିବେ ବୋଲି ଯମୁନା କହନ୍ତି। ବହୁ ଝିଅ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ପାଠ ପଢୁଛନ୍ତି। ସକାଳେ ଏବଂ ସଂଧ୍ୟାରେ ପିଲାଙ୍କୁ ଏକତ୍ର କରି ଶିକ୍ଷାଦାନ କରୁଛନ୍ତି ଯମୁନା। ଏମାନେ ଉଚ୍ଚ ଶିକ୍ଷିତ ହେଲେ ଅଞ୍ଚଳ r ବିକାଶ ହେବ ବୋଲି କହନ୍ତି। ପ୍ରଶାସନର ସହଯୋଗ ହେଲେ ସେ ଆଗକୁ ପଢିପାରନ୍ତେ ବୋଲି ସାଧାରଣ ରେ ଦାବୀ ହେଉଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO