
ମାଲକାନଗିରି-ମାଲକାନଗିରି ବ୍ଲକ ଅନ୍ତର୍ଗତ ଦୁର୍ଗମ ବୁରୁଦି ଗ୍ରାମର ତୁଳସୀରାମ ମାଡକାମୀ(୨୨) ଜଣେ ମେଧାବୀ ଛାତ୍ର।ଦୁର୍ଗମ ଏବଂ ଅପହଞ୍ଚ ଗ୍ରାମରେ ରହି ମଧ୍ୟ ତୁଳସୀରାମ ବିଏସସି ପାସ କରି ଘରେ ରହିଥିଲେ। କରୋନା ମହାମାରୀ ଯୋଗୁଁ ସେ ଆଗକୁ ପାଠ ପଢିବାରୁ ବଞ୍ଚିତ ରହିଥିଲେ। ତୁଳସୀରାମଙ୍କୁ ସ୍କୋଲାରସିପ ମଧ୍ୟ ମିଳୁଥିଲା। ସେଥିରେ ତାଙ୍କର ପରିବାର କଷ୍ଟେମଷ୍ଟେ କରୋନା ମହାମାରୀ ସମୟରେ ଚଳିଯାଇଥିଲେ। ତେବେ ଏବେ ଏମଏସସି-ପିଜି କରିବା ପାଇଁ ଜେଏଏମ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହୋଇଥିଲେ ମଧ୍ୟ ନାମ ଲେଖାଇବା ପାଇଁ ନିକଟରେ ୧୫ ହଜାର ଟଙ୍କା ନଥିଲା। ସେ ଟଙ୍କା ପାଇଁ ବହୁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ସହଯୋଗ କରିନଥିଲେ। ତେବେ ମାଲକାନଗିରି ଜିଲ୍ଲାର ଆଗଧାଡିର ସମାଜସେବୀ ବିନୋଦ ଟାଵରୀ କିନ୍ତୁ ଏନେଇ ଖବର ପାଇବା ପରେ ତାଙ୍କୁ ପାଖକୁ ଡାକି ତାଙ୍କର ସମସ୍ତ ଦୁଃଖ ଶୁଣିଥିଲେ। ସେ ଜଣେ ମେଧାବୀ ଛାତ୍ର ଜାଣିବା ପରେ ବିନୋଦ ତୁରନ୍ତ ତାଙ୍କୁ ଏମଏସସିରେ ନାମ ଲେଖାଇବା ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଆଗକୁ ମଧ୍ୟ ଯଦି ସହଯୋଗ ଦରକାର ପଡେ ତେବେ ସେ ନିଶ୍ଚିତ ଭାବେ ସହଯୋଗ କରିବେ ବୋଲି କହିଥିଲେ। ଅର୍ଥ ଅଭାବରୁ କେହି ମେଧାବୀ ଛାତ୍ର ପାଠ ପଢାରୁ ଯେପରି ବଞ୍ଚିତ ନହୁଅନ୍ତି ବୋଲି ସେ କହନ୍ତି। ତେଣୁ ଜଣେ ଦୁର୍ଗମ ନକ୍ସଲ ପ୍ରବଣ ଅଞ୍ଚଳ ରୁ ଯଦି ଆଦିବାସୀ ଛାତ୍ର ଏମଏସସି କରିବାକୁ ଚାହୁଁଛି। ତେବେ ସେଭଳି ଯୁବକଙ୍କୁ ସେ ସବୁବେଳେ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ବନୋଦ ଟାଵରୀଙ୍କ ଏହି ବଦାନ୍ୟତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ତୁଳସୀରାମଙ୍କ ପରିବାର ତରଫରୁ ମଧ୍ୟ କୃତଜ୍ଞତା ଜଣାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO