ଭୁବନେଶ୍ୱର – ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆଜିଠାରୁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଆରମ୍ଭ ହୋଇଛି । ଏଥିରେ ଯୋଗ ଦେବା ପାଇଁ ଆରଏସଏସ ମୁଖ୍ୟ ମୋହନ ଭାଗୱତ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ସଂଧ୍ୟାରେ ଆୟୋଜିତ ହେବାକୁ ଥିବା ବୁଦ୍ଧିଜୀବୀ ସମ୍ମିଳନୀରେ ସେ ଉଦବୋଧନ ଦେବେ । ପ୍ରଥମ ଥର ପାଇଁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଓଡିଶାରେ ୮ ଲକ୍ଷ ଆରଏସଏସ୍ କାର୍ଯ୍ୟକର୍ତା ରହିଛନ୍ତି । ଏହି ସଂଖ୍ୟାକୁ ବୃଦ୍ଧି କରିବା ସମ୍ପର୍କରେ ବୈଠକରେ ଆଲୋଚନା ହେବ ।
ଏହି ବୈଠକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ଏହା ପଛରେ କୌଣସି ରାଜନୀତି ନାହିଁ । ଏଥିରେ କେଉଁ ପ୍ରସଙ୍ଗରେ ଆଲୋଚେନା ହେବ ସେ କହିପାରିବେ ନାହିଁ । ସେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବାକୁ ଆସିଛନ୍ତି । ବିଜେପିରୁ କେହି ଯୋଗ ଦେବେ ନାହିଁ । କୌଣସି ଦଳୀୟ ବାରଣ ମଧ୍ୟ ନାହିଁ । ସେ ଜଣେ ସ୍ୱଂୟ ସେବକ । ସେ ନୀତି ନିର୍ଦ୍ଧାରକ ନୁହନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।