-
30 ଜାନୁଆରୀ 2021 ରେ ଜାତୀୟ ଟିକାକରଣ ଦିବସ (ଏନ୍ଆଇଡି) ଉନ୍ମୋଚନ କରିବେ ଭାରତର ରାଷ୍ଟ୍ରପତି
ନୂଆଦିଲ୍ଲୀ : ଜାନୁଆରୀ 16, 2021ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-19 ଟିକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ଯ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରି ପୋଲିଓ ଟୀକାଦାନ ଦିବସ ବା ଜାତୀୟ ଟୀକାଦାନ ଦିବସ (ଏନ୍ଆଇଡି) ର ତାରିଖ ଜାନୁଆରୀ 31 (ରବିବାର) କୁ ଧାର୍ଯ୍ୟ ହୋଇଛି ।
ମାନ୍ୟବର ରାଷ୍ଟ୍ରପତି 30 ଜାନୁଆରୀ 2021 (ଶନିବାର) ଦିନ ସକାଳ 11.45 ରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜାତୀୟ ପୋଲିଓ ଟିକାଦାନ ଦିବସକୁ ଉନ୍ମୋଚନ କରିବେ ।
କୋଭିଡ ପରିଚାଳନା ଏବଂ ଟୀକାକରଣ ସେବା ତଥା ଅଣ- କୋଭିଡ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପରସ୍ପର ଉପରେ ପ୍ରତିକୂଳ ପ୍ରଭାବ ନପକାଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ର୍ନିଦ୍ଦିଷ୍ଟ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ।