
କେନ୍ଦ୍ରାପଡ଼ା– କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାଗୁଡ଼ା ସାଇଫୁନ ଛକରେ ଆଜି ସକାଳେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତେଜନା ଦେଖିବାକୁ ମିଳିଛି । ପୋଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଉଦ୍ୟମ ଜାରୀ ରଖିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ପୋଲିସ ମୁତୟନ କରାଯାଇଛି ।