
ହରିଚନ୍ଦନପୁର– ନୂଆବର୍ଷରେ ସମସ୍ତେ ନବବର୍ଷକୁ ସ୍ୱାଗତ କରି ଉତ୍ସବ ମନାଇବାରେ ବ୍ୟସ୍ତ ଥିବା ବେଳେ ସେହି ଦିନ ଜଣେ ବାପଛେଉଣ୍ଡ ୧୭ ବର୍ଷିୟା ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଘଷିପୁରା ଥାନା ଅନ୍ତର୍ଗତ ଜଳନନ୍ଦା ଗ୍ରାମରେ । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଶିଶୁଯୌନ ନିରୋଧ ଆଇନ ବଳରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି । ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।