

ପ୍ରଥମେ ଦର୍ଶନାର୍ଥୀ ମାନେ ସାଙ୍ଗରେ ଆଣିଥିବା ୯୬ ଘଂଟା ପୂର୍ବର କରୋନା ନେଗେଟିଭ୍ ରିପୋର୍ଟ ପ୍ରଶାସନ ପକ୍ଷରୁ ଯାଂଚ୍ ପରେ ଭକ୍ତ ସେଡ୍ କୁ ସେମାନଙ୍କୁ ଛଡାଯାଉଛି । ପ୍ରଥମେ ଏହାର ଯାଂଚ୍ ପରେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା କଟକଣା ରକ୍ଷା କରି ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରୁଛନ୍ତି ।
ଅନ୍ୟପକ୍ଷରେ କୋଭିଡ଼୍ ରିପୋର୍ଟ ପାଇବା ପାଇଁ ମୋଚି ସାହି ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରକାଶ ଥାଉ କି, ଗତ ଡ଼ିସେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ସେହିପରି ୨୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ନିମନ୍ତେ ୱାର୍ଡ଼ୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ଏବଂ କରୋନା ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ୧ ତାରିଖ ଓ ୨ ତାରିଖ ଦର୍ଶନ ବନ୍ଦ ରହିଥିଲା ।