

Related Stories
October 21, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ କୋଭିଡ ଟୀକାକରଣ ପାଇଁ ଆଜି ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ ପ୍ରସ୍ତୁତି କରାଯାଇଥିଲା। ଜିଲ୍ଲାକୁ ଟିକା ଆସିଲେ ଏହାକୁ କିପରି ସୁରୁଖୁରୁରେ କିପରି ବିତରଣ କରାଯିବ ସନେଇ ମୁଖ୍ୟ ଚିକିତ୍ସାଳୟରେ ଏକ ରିହଲସେଲ କରାଯାଇଥିଲା। ଏଥିପାଇଁ କୋ-ଵିନ ଵେବ ପୋର୍ଟାଲର ବ୍ୟବହାର କରାଯାଇଥିଲା। ପ୍ରତି ପଏଣ୍ଟରେ ୫ ଜଣ ଲେଖାଏଁ ଭେକସିନେଟର ରହିଥିଲେ। ୨୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଡମି ଟୀକାକରଣ ହୋଇଥିଲା। ଟୀକା ନେବାକୁ ଆସିଥିବା ବ୍ୟକ୍ତମାନଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା।ପରେ ତାଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପରେ ଭ୍ୟାକସିନ ରୁମକୁ ପଠାଯାଇଥିଲା। ଟୀକାକରଣ ପରେ ୩୦ ମିନଟ ଯାଏଁ ଅବଜରଭେସନ କଠୋରୀରେ ଟୀକା ନେଇଥିବା ବ୍ୟକ୍ତମାନଙ୍କୁ ରଖାଯିବ। ଏମାନଙ୍କ ଉପରେ ଦୁଇ ଜଣ ଅଧିକାରୀ ନଜର ରଖିବେ। କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ସେଠାରେ ଦାୟୀତ୍ବରେ ଥିବା ଡାକ୍ତର ତୁରନ୍ତ ଚିକିତ୍ସା କରିବେ। ତେବେ ମାଲକାନଗିରିର ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୫୨୬୦ ଜଣ ନାମ ପଞ୍ଜିକରଣ କରିଥିବା ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା କେତେ ସୁରୁଖୁରୁରେ ସମାପ୍ତ ହେବ ଦେଖିବାକୁ ବାକି ରହିଲା।