ସାନଖେମୁଣ୍ଡି: ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ କଙ୍କୋରଡା ସ୍ଥିତ ନାରାୟଣୀ ମନ୍ଦିର ପରିସରରେ ଭ୍ରାମ୍ୟମାତା ସାହିତ୍ୟ ଆସର, ଆଲୋଚନା ଚକ୍ର ଓ କବିତା ପାଠସ୍ତୋବ ଆଜି ଅନୁଷ୍ଠିତ ହୋଇ ଯାଇଛି। ସଂସଦର କାର୍ଯ୍ୟକାରୀ ସଭାପତି ଡ଼. ପ୍ରଦୀପ୍ତ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନକୁ ମୁଖ୍ୟ ଅତିଥି ଭାବେ ଓ.ଜେ.ୟୁ ଜିଲ୍ଲା ସଭାପତି ରବିନ୍ଦ୍ର ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼. ଚନ୍ଦ୍ରମଣି ସ୍ବାଇଁ, ବ୍ରହ୍ମପୁର ସାହିତ୍ୟ ସଂସଦ ସଭାପତି ସୁଶାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ହରପ୍ରସାଦ ରଥ, କବି ଲଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କବି ନରସିଂହ ମାଠଙ୍କ ରଘୁନାଥ କୀର୍ତ୍ତନ ଏକ ଅଧ୍ୟୟନ ସମ୍ପର୍କିତ ଆଲୋଚନା ଚକ୍ରରେ ଅଧ୍ୟାପକ ସୀମାଞ୍ଚଳ ପ୍ରଧାନ ଆଲୋଚକ ଭାବେ ସନ୍ଦର୍ଭ ପାଠ କରିବା ସହ ମାଠ ସାହିତ୍ୟକୃତର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱରୋପ କରିଥିଲେ। ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ଯୋଗ ଦେଇଥିବା ବେଳେ ସହସମ୍ପାଦକ ପୀତବାସ ତ୍ରିପାଠୀ, ସୁରଭି ରାଣୀ ନାୟକ ସଂଯୋଜନା କରିଥିବା ବେଳେ ଆବୃତ କବିତା ସମୂହକୁ କବୟତ୍ରୀ ଫାଲଗୁନି ଦାସ, କବି ଯୁଗଳ ଚନ୍ଦ୍ର ସାହୁ, ସମୀକ୍ଷା କରିଥିଲେ। ମୁଖ୍ୟ ସମ୍ପାଦକ ଡ଼.ପ୍ରଣବ ପାଟଯୋଗୀ, ସମ୍ପାଦକ ଶିବରାମ ସାବତ, ଉପସଭାପତି ବିନାୟକ ଦାସ ପ୍ରମୁଖ ମଞ୍ଚାସିନ ଥିବାବେଳେ କବି ବୃନ୍ଦାବନ ବାଡ଼ତ୍ୟାଙ୍କ ପୁସ୍ତକ ଅଭିନନ୍ଦନୀକାକୁ ଅତିଥି ମନେ ଉନ୍ମୋଚନ କରିଥିଲେ। ଜୋସ୍ନାରାଣୀ ସ୍ବାଇଁ, ଭାସ୍କର ରାଉତ, ଶରତ ଚନ୍ଦ୍ର ପଣ୍ଡା, ସୁରେଶ କୁମାର ନାୟକ, କୃଷ୍ଣଚନ୍ଦ୍ର ସେଠି, କୋରାପ୍ରସାଦ ମହାରଣା, କିଶୋରଚନ୍ଦ୍ର ବିଶୋଇ, ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମତେ ଶତାଧିକ କବି, ସ୍ୱରଚିତ କବିତା ପାଠ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Related Stories
December 2, 2024