କେନ୍ଦ୍ରାପଡା – ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମପଂଚାୟତ ଏକ ବିଛିନ୍ନାଚଂଳ ତଥା ଏହାର ଚତୁପାଶ୍ୱର୍ରେ ବ୍ରାହ୍ମଣୀ ଏବଂ ଅନ୍ୟାନ୍ୟ ଖରସ୍ରୋତା ନଦୀ ପ୍ରବାହିତ ହେଉଥିବାରୁ ଏହା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହୁଥିବାର ଏହି ପଂଚାୟତ ବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ଉକ୍ତ ପଂଚାୟତଟି ବିଛିନ୍ନାଚଂଳ ହୋଇଥିବାରୁ ସେଠାକୁ କୌଣସି ସରକାରୀ ଅଧିକାରୀ ଯାଆନ୍ତି ନାହିଁ । ଫଳରେ ପଂଚାୟତ ଅଧିକାରୀ ଓ ସରପଂଚ ଉଭୟ ମିଶି ମନଇଚ୍ଛା କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି । ଏପରିକି ସରକାରଙ୍କ ତରଫରୁ ଆସୁଥିବା ଆବାସ ଯୋଜନା, ବିଜୁ ପକ୍କାଘର ଇତ୍ୟାଦି ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ୨୫ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ଆଦାୟ କରାଯାଉଛି । ଏହି ପଂଚାୟତର ବିଦ୍ୟାଳୟ ଠାରୁ ଆରମ୍ଭ କରି ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଅନିୟମିତତା ହେଉଥିବାର ଅଭିଯୋଗ ହୋଇଛି । ଏନେଇ ପଂଚାୟତର ଗ୍ରାମବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିବା ସହ ପଂଚାୟତ ବୁଲି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିବେଦନ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ପଂଚାୟତର ନାରାୟଣ ନାୟକ, ଫକିର ଚରଣ ରାଉତ, ନିର୍ମଳ ଚନ୍ଦ୍ର ପରିଡା, ସହଦେବ ପରିଡା, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।