ଭୁବନେଶ୍ୱର– ଯାଜପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତ୍ୱ ନିୟମକୁ ନ ମାନିବା, ବାହାରେ ଛେପ ପକାଇବା ଓ ମୋଟର ଯାନ ଆଇନ ଭାଙ୍ଗିବା ଅଭିଯୋଗରେ ୧୯୭ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ଠାରୁ ୧,୯୩,୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ବେଳେ ୧୦ ଜଣଙ୍କର ଡ୍ରାଇଭିଂଗ ଲାଇସେନ୍ସକୁ ନିଲମ୍ବିତ କରା ଯାଇଛି । ଯାଜପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
Related Stories
May 21, 2024