
ଭୁବନେଶ୍ୱର– କଂଗ୍ରେସ ପକ୍ଷରୁ ଆଜି ସିବିଆଇ କାର୍ଯ୍ୟାଳୟ ଠାରେ ଆନ୍ଦୋଳନ ସମୟରେ ଭାଷଣ ଦେବା ବେଳେ ହଠାତ ଅସୁସ୍ଥ ହୋଇ ପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ୱରର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ସେଠାରେ ଭାଷଣ ଦେଉଥିବା ବେଳେ ହଠାତ ସେ ଛାତିକୁ ଧରି ତଳେ ବସିଯାଇଥିଲେ । ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।
ଅନ୍ୟ ପକ୍ଷରେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ୱରକୁ ଫେରିଥିଲେ । ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO