

ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ୱରର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ସେଠାରେ ଭାଷଣ ଦେଉଥିବା ବେଳେ ହଠାତ ସେ ଛାତିକୁ ଧରି ତଳେ ବସିଯାଇଥିଲେ । ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।
ଅନ୍ୟ ପକ୍ଷରେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ୱରକୁ ଫେରିଥିଲେ । ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ ବୋଲି ସେ କହିଛନ୍ତି ।