
ଭୁବନେଶ୍ୱର- ଆଜି ଶନିବାର ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଜନତା ଦଳ ତାର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଅବସରରେ ପୂର୍ବାହ୍ନରେ ଫରେଷ୍ଟ ପାର୍କସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ପରେ ରାଜ୍ୟ କାର୍ଯ୍ୟାଳୟରେ ଏକ ସମାବେଶ ଆୟୋଜିତ ହେବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ସମାବେଶରେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେବେ ।
ଏଥିରେ ଦଳର ବରିଷ୍ଠ ନେତୃବୃନ୍ଦ , ଭୁବନେଶ୍ୱରର ୩ ଜଣ ବିଧାୟକଙ୍କ ସମେତ ସାଂଗଠନିକ ଜିଲ୍ଲା କମିଟିର କର୍ମକର୍ତା ପ୍ରମୁଖ ଯୋଗଦେବେ । ପରେ କ୍ୟାପିଟାଲ ହସ୍ପିଟାଲ ଓ ବୃଦ୍ଧାଶ୍ରମରେ କର୍ମୀଙ୍କ ଦ୍ୱାରା ଫଳ ବଂଟନ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ କୋଭିଡ୍ ନିୟମ ପାଳନ କରି ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳସ୍ତରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ କର୍ମକର୍ତାଙ୍କୁ ଚିଠି ଲେଖିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO