
ଭୁବନେଶ୍ୱର– ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଜିଲ୍ଲାର ପ୍ରଥମ ସାଂଗଠନିକ ଆଲୋଚନା ସଭା ଶୁକ୍ରବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ପାଇଁ ନବନିଯୁକ୍ତ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ବେହେରା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂଗଠନକୁ କିଭଳି ଭାବରେ ତୃଣମୂଳ ସ୍ତରରୁ ସୁଦୃଢ଼ କରାଯାଇ ପାରିବ ସେହି ଉପରେ ବିବରଣୀ ରଖିଥିଲେ । ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଭୁବନେଶ୍ୱରର ସମସ୍ତ ୱାର୍ଡ, ପଂଚାୟତ, ବ୍ଲକ କମିଟିକୁ ପୁର୍ନଗଠନ କରି କିପରି ଭାବେ ସଂଗଠନକୁ ମଜବୁତ କରାଯାଇ ପାରିବ ସେ ନେଇ ସମସ୍ତଙ୍କ ମତାମତ ଲୋଡିଥିଲେ ଏବଂ ସେହି ମତାମତକୁ ଆଧାର କରି ଆଗାମୀ ଦିନ ପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେବା ସହ ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତାମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ଦେବାକୁ କହିଥିଲେ ।
ଏହି ଆଲୋଚନା ସଭାରେ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଗୀତାଞ୍ଜଳି ମହାନ୍ତି ଓ ଅଶୋକ ଦାସ ପ୍ରମୁଖ ଆଗାମୀ ଦିନରେ କିଭଳି କଂଗ୍ରେସ ସଂଗଠନକୁ ଅଧିକ ମଜବୁତ ଓ କ୍ରୀୟାଶୀଳ କରାଯାଇ ପାରିବ ସେ ବିଷୟରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।