
ଭୁବନେଶ୍ୱର– ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛଅ ଜଣ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ଛଅ ଜଣ ବରିଷ୍ଠ ନେତାଙ୍କୁ ମୁଖପାତ୍ର , ୧୬ ଜଣଙ୍କୁ ମୁଖପାତ୍ର ଓ ୧୪ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ଜାତୀୟ ମୁଖପାତ୍ର ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକି ମିଶ୍ର, ଅଚ୍ୟୁତ ସାମନ୍ତ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀଙ୍କୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ।
ସେହିପରି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ଡ. ବ୍ୟୋମକେଶ ରାୟ, ଡ. ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡ. ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଏବଂ ଡ.ହରିଶ ଚୌଧୁରୀଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି ।
ନିଯୁକ୍ତି ପାଇଥିବା ପ୍ୟାନେଲିଷ୍ଟମାନେ ହେଲେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝି, ଚକ୍ରଧର ଦାଶ, ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳି, ମୀନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO