
ଭୁବନେଶ୍ୱର– ଅଖିଳ ଭାରତୀୟ ଯୁବ କଂଗ୍ରେସର ଅନୁମୋଦନକ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଘୋଷଣା କରିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କା । ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ଭାବେ ଅଭିଳାଷ ମାଣିଆ, ମହମ୍ମଦ ଅଲିମ୍, ବିମଳ ବେହେରା, କିରଣ ସାହୁ, ବିରେନ୍ଦ୍ର ବାଗ, ଅଙ୍କିତ ସଂଘାଇ, ରାଜୀବ ପଟ୍ଟନାୟକ ଓ ସୁନୀତା ବାଗ୍ଙ୍କୁ ନିଯୁକ୍ତି କରାଯାଇଛି ଏବଂ ତତ୍ସହିତ ୧୫ ଜଣ ସାଧାରଣ ସଂପାଦକ, ୨୭ ଜଣ ସଂପାଦକ, ୧୬ ଜଣ ଯୁଗ୍ମ ସଂପାଦକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।
ରାଜ୍ୟ ଯୁବ କଂଗ୍ରେସର ପଦାଧିକାରୀଙ୍କ ସହିତ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ଲାବନ ବହିଦାର, ଗଜପତି – ସୂର୍ଯ୍ୟନାରାୟଣ ପାତ୍ର, ସୁନ୍ଦରଗଡ – ଆଲବର୍ଟ କିଣ୍ଡୋ, ଗଞ୍ଜାମ (ଆସ୍କା ଲୋକସଭା) – ଚିନ୍ମୟ ହୋତା, ଗଞ୍ଜାମ (ବ୍ରହ୍ମପୁର ଜୋନ୍) – ବିଜୟରାଜ ପାଣିଗ୍ରାହୀ, ନବରଙ୍ଗପୁର – ଅଖିଳ ଭତ୍ରାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମିର୍ ଅବଦୁର ସିଦ୍ଦିକୀ ଓ ପ୍ରତୀକ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ନୂତନ ନିଯୁକ୍ତିପ୍ରାପ୍ତ ପଦାଧିକାରୀମାନଙ୍କୁ ସଭାପତି ଡଃ ଲେଙ୍କା ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ସହିତ ଯୁବକ ଯୁବତୀମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO