
ଭୁବନେଶ୍ୱର– ପାରଦ ଖସିବା ସହ ରାଜ୍ୟରେ ଶୀତ ବଢିଛି । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଗତକାଲି ୧୦ସହରର ତାପମାତ୍ରା ୧୦ଡ଼ିଗ୍ରୀ ତଳେ ରହିଥିଲା । ଫୁଲବାଣୀ ୪ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର ଥିଲା । ସେହିପରି ଝାରସୁଗୁଡାରେ ୫.୮ ଡିଗ୍ରୀ , ଦାରିଙ୍ଗବାଡିରେ ୬ ଡିଗ୍ରୀ, ଅନୁଗୁଳରେ ୬.୬ ଡିଗ୍ରୀ , କୋରାପୁଟରେ ୭ ଡିଗ୍ରୀ, ଭବାନୀପାଟଣାରେ ୭.୮ ଡିଗ୍ରୀ, ବଲାଙ୍ଗୀରରେ ୮.୮ ଡିଗ୍ରୀ, ବୌଦ୍ଧରେ ୯ ,ଡିଗ୍ରୀ, କେନ୍ଦୁଝରରେ ୯.୩ ଡିଗ୍ରୀ, ସୋନପୁର ୯.୪ଡ଼ିଗ୍ରୀ ରେକର୍ଡ ହୋଇଛି ।
କଟକରେ ୧୧ ଡିଗ୍ରୀ ଏବଂ ଭୁବନେଶ୍ୱର ୧୨.୩ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।