
ଭୁବନେଶ୍ୱର– ପରୀ ସମେତ ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ଯଦୁପୁର ଅଭିମୁଖେ ବାହାରିଥିବା ବିଜେପିର ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ସୋମବାର ଦ୍ୱିତୀୟ ଦିନରେ ପହଂଚିଛି । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତକୁ ସୁରକ୍ଷା ଯୋଗାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ବିଜେପି । ଦ୍ୱିତୀୟ ଦିନରେ ଏହି ପଦଯାତ୍ରା ଯାଁଳାରୁ ସାରୁଅ ଅଭିମୁଖେ ବାହାରିଛି । ଏଥିରେ ରାଜ୍ୟ ବିଜେପିର ବହୁ ପଦାଧିକାରୀ ସାମିଲ ହୋଇଥିଲେ ।
ଆସନ୍ତାକାଲି ପଦଯାତ୍ରା ସାରୁଅରୁ ବୋଲଗଡ (ପିଚୁକୁଳି), ୨୩ ତାରିଖରେ ବୋଲଗଡ (ପିଚୁକୁଳି)ରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ ହୋଇ ଯଦୁପୁରଠାରେ ଯାତ୍ରା ସମାପ୍ତ ହେବ । ସେଠାରେ ଏକ ବଡ ଧରଣର ସଭା ଅନୁଷ୍ଠିତ ହେବ । ଗତକାଲି (ରବିବାର) ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO