
ନୟାଗଡ଼– ପରୀ ହତ୍ୟା ମାମଲାରେ ଏସଆଇଟି ଟିମ୍ ତଦନ୍ତ ଜାରୀ ରଖିଥିବା ବେଳେ ଆଜି ପରୀର ଗାଁ ଯଦୁପୁରରେ ପହଂଚିଛି । ପରୀର ମୃତଦେହ ଯେଉଁ ପୋଖରୀ ହୁଡ଼ାରୁ ମିଳିଥିଲା ତାହାର ଜଳ ନିଷ୍କାସନ କରାଯିବ । ଯାହା ଫଳରେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ଅଧିକ ତଥ୍ୟ ମିଳିପାରିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଧରି ଏସଆଇଟି ଟିମ୍ ସିନ୍ ରିକ୍ରିଏଟ୍ କରିବ ଅର୍ଥାତ୍ ଘଟଣା ଦିନ କଣ ଘଟିଥିଲା ତାହା କରି ଦେଖାଇବେ ଅଭିଯୁକ୍ତ । ଏଥି ସହିତ ଆଜି ପୋକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବା ନେଇ ସୂଚନା ମିଳିଛି । ଏହା ପୂର୍ବରୁ ଏସଆଇଟି ଟିମ୍ ଅଭିଯୁକ୍ତର ଘରକୁ ଯାଇ ତାଙ୍କ ମାଆଙ୍କୁ ପଚରା ଉଚୁରା ଜାରୀ ରଖିଛନ୍ତି । କୋର୍ଟରେ ହାଜର ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏଟ୍ କରିବ ଏସଆଇଟି । ଯାହାକୁ ଦୃଷ୍ଟିରେ ରଖି ଯଦୁପୁର ଗ୍ରାମରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ପ୍ରକାଶ ଥାଉକି, ପରୀ ହତ୍ୟା ମାମଲାରେ ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା ଏସଆଇଟି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO