
ଭୁବନେଶ୍ୱର – ନୂଆ ଜାତୀୟ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଯେଉଁଭଳି ଭାବେ ଜୋରିମାନା ଆଦାୟ କରାଯାଉଛି ସେଥିରେ ଗରିବ ଲୋକମାନଙ୍କ ପକ୍ଷେ ଗାଡି ଚଳାଇବା ସ୍ୱପ୍ନ ହେବ ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ନୂଆ ନିୟମ ଲାଗୁ ହେବା ପୂର୍ବରୁ ଗାଡି ଚାଳକଙ୍କୁ ସୂଚନା ଦେବାର ଆବଶ୍ୟକତା ଥିଲା । ଆଇନ୍ କୁ ତର୍ଜମା କରି ଜୋରିମାନା କମ୍ କରାଯିବା ଉଚିତ୍ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି କୁ ମନ୍ତ୍ରୀ ଶ୍ରୀ ସିଂହ ନାପସନ୍ଦ କରିଛନ୍ତି । ଏହି ଆଇନ୍ ବ୍ୟବସ୍ଥାରେ କିଛି ଅସଙ୍ଗତି ରହିଛି ।