
ଭୁବନେଶ୍ୱର – ନିକଟରେ ବିଭିନ୍ନ ସଂସ୍ଥା ପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତା ମାନଙ୍କୁ ଶୁକ୍ରବାର ରାଷ୍ଟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବ ପାହ୍ୟା ଦିଆଯାଇଛି । ଏଥିମଧ୍ୟରୁ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ଜଣଙ୍କୁ ମୁଖ୍ୟ ଶାସନ ସଚିବ ଓ ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି ।
ମିଶନ ଶକ୍ତିର ପରାମର୍ଶଦାତା ଲୋପାମୁଦ୍ରା ବକ୍ସିପାତ୍ର , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା ସୁଧୀର ଦାସ , ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ମୁଜିବୁଲ୍ଲା ଖାନ୍ ,ଇଲେକଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ପରାମର୍ଶଦାତା ଅନୁଭବ ଅପଟ୍ଟନାୟକ , ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡର ପରାମର୍ଶଦାତା ରାମଚନ୍ଦ୍ର ପଣ୍ଡା ଓ କୃଷି କୃଷକ ସଶକ୍ତିକରଣ ବିଭାଗ ପରାମର୍ଶଦାତା କୃତିବାସ ପାତ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।
