
ବ୍ରହ୍ମପୁର :ସରକାରଙ୍କ ଶିକ୍ଷା ମାରଣ ନୀତିକୁବିରୋଧକରି କୁକୁଡ଼ାଖଣ୍ଡି ବ୍ଲକର ରୋହିଗାଁ ପଂଚାୟତର ନୂଆ ପାଣ୍ଡିଆଝୋଲି ଗ୍ରାମର ଗ୍ରାମବାସୀ ସ୍କୁଲ ସାମନାରେ ଧାରଣା ଦେଇଥିଲେ।ନୁଆଁ ପାଣ୍ଡିଆଝୋଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଛେଦ କରିବାପାଇଁ ସରକାରଙ୍କ ପ୍ରଦତ୍ତ ଚିଠି କୁ ନେଇ ସି ଆର ସି ସି ପ୍ରସନ୍ନ କୁମାରଜେନା ବିଦ୍ୟାଳୟରେ ପହଂଚିବାପରେ ବିଦ୍ୟାଳୟକୁ ଈଶ୍ୱର ଚନ୍ଦ୍ର ପ୍ରଧାନ ,ଲଳିତକୁମାର ବିଷୋୟୀଙ୍କ ସମେତ ଶତାଧିକ ଗ୍ରାମବାସୀ ଘେରାଉ କରିଥିଲେ। ପ୍ରଧାନଶିକ୍ଷକ ବିପ୍ରଚରଣ ରଣା, ସହକାରୀ ରୋହିତାକୁମାର ଦାସ ଓ ସି ଆର ସି ସିଙ୍କୁଘେରାଉକରୀ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଳପକାଇଦେଇଥିଲେ।ବିଦ୍ୟାଳୟର ଆସବାବପତ୍ର କୁ ନ ନେବାପାଇଁ ଗ୍ରାମବାସୀ ଜିଦ ଧରିଥିଲେ।ବହୁ ସମୟପରେ ବ୍ଲକ ଶିକ୍ଷାଧିକାରୀ ସି ଆର ସି ସିଙ୍କୁ ଫୋନ ମାଧ୍ୟମରେ ବିଦ୍ୟାଳୟର ଆସବାବପତ୍ର ନ ଆଣିବାପାଇଁ କହିବାପରେ ସି ଆର ସି ସି ଗ୍ରାମବାସୀଙ୍କୁ ବୁଝାସୁଝାକରିଥିଲେ।ସି ଆର ସି ସି ଙ୍କ ପ୍ରତିଶ୍ରୁତିପରେ ଗ୍ରାମବାସୀ ବିଦ୍ୟାଳୟର ତାଲାଖୋଲି ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟମାନଂକୁ ଛାଡିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO