
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,କରୋନା ମହାମାରିରେ ଦୀର୍ଘ ୮/୯ ମାସ ଧରି ପୁରୀର ବିଭିନ୍ନ ବର୍ଗର ଲୋକେ ଆର୍ଥିକ, ମାନସିକ ତଥା ଶାରୀରିକ ଅନାଟନ ରେ ଗତି କରୁଛନ୍ତି। ଏହାକୁ ନେଇ ପୁରୀରେ କେହି ଭୋକିଲା ନରହିବେ ତାକୁ ନଜର ରଖି ଓ ଏହାକୁ ଅନୁଧ୍ୟାନ କରି ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଗରିବ ଅନାହାର ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ପୁରୀ ରୋଟାରୀ କ୍ଲବ ସାଗର ପକ୍ଷରୁ ଏକ ନୂତନ ଯୋଜନା ହାତକୁ ନିଆଯାଇଛି।
ଏହି ଯୋଜନା ମାଧ୍ୟମରେ ସରକାରୀ ମାନ୍ୟତା ପ୍ରାପ୍ତ ତଥା ଗୁଣବତ୍ତା ଯୁକ୍ତ ଖାଦ୍ୟ ଆଜି ମୋଚି ସହି ସ୍ଥିତ ଭିତରଛ କମ୍ପ୍ଲେକ୍ସ ଠାରେ ୧୦୦୦ ପ୍ୟାକେଜ ବଣ୍ଟନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମ କୁ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତଃପାଳ ରୋଟାରିଆନ ସୌମ୍ୟ ରଂଜନ ମିଶ୍ର ଉଦଘାଟନ କରିବା ସହ ରୋଟାରୀ କ୍ଲବ ପୁରୀ ସାଗରର ସଭାପତି ରୋଟାରିଆନ ଯୁଧିଷ୍ଠିର ଲେଙ୍କା, ସମ୍ପାଦକ ରୋଟାରିଆନ ହିମାଂଶୁ ମୋହନ ମହାନ୍ତି, ପୂର୍ବତନ ସଭାପତି ରୋଟାରିଆନ ଅଶୋକ କୁମାର ପାତ୍ର, ନିର୍ବାଚିତ ସଭାପତି ରୋଟାରିଆନ ସରୋଜ କୁମାର ପାଣିଗ୍ରାହୀ, ଉପ ସଭାପତି ଧବଲେଶ ମହାପାତ୍ର ତଥା କ୍ଲବର ଅନ୍ୟ ସମସ୍ତ ରୋଟାରିଆନ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବସ୍ତି ବାସିନ୍ଦାମାନଙ୍କୁ ଦିଆଯିବାର ସ୍ଥିର କରାଯାଇ ଅଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO