
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ପୁରୀରେ ସରକାରୀ ଭେଷଜ ମହାବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସ୍ୱାଗତ କରିଛନ୍ତି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମାଙ୍କ ସମେତ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ , କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ ।
ଓଡ଼ିଶା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ତଥା ଡାକ୍ତରଖାନା ମାନଙ୍କରେ ଯୋଗ୍ୟ ଡାକ୍ତରଙ୍କ ଆବ୍ୟଶକତା ପୁରଣ ପାଇଁ ଓ ଭେଷଜ ଶିକ୍ଷାର ପ୍ରସାର ନିମନ୍ତେ ଏକ ଅଦ୍ଭୂତପୂର୍ବ ପଦକ୍ଷେପ ନେଇ ପୁରୀ ଠାରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟ ରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ନିମନ୍ତେ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟ ପାଇଁ ୨୨୪ କୋଟି ୫୬ ଲକ୍ଷ ଟଙ୍କା ରାଜ୍ୟ ବଜେଟ୍ ରୁ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସ (୩ ବର୍ଷ) ମଧ୍ୟ ରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ ପୁରୀ ଜିଲ୍ଲା ବାସୀଙ୍କ ତରଫରୁ ଶ୍ରୀ ଦାସବର୍ମା କୃତଜ୍ଞତା ଜ୍ଞାପନ କରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଜିର ନିଷ୍ପତ୍ତି ପୁରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆସିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO