
ଏହି ଯୋଜନା ମାଧ୍ୟମରେ ସରକାରୀ ମାନ୍ୟତା ପ୍ରାପ୍ତ ତଥା ଗୁଣବତ୍ତା ଯୁକ୍ତ ଖାଦ୍ୟ ଆଜି ମୋଚି ସହି ସ୍ଥିତ ଭିତରଛ କମ୍ପ୍ଲେକ୍ସ ଠାରେ ୧୦୦୦ ପ୍ୟାକେଜ ବଣ୍ଟନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମ କୁ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତଃପାଳ ରୋଟାରିଆନ ସୌମ୍ୟ ରଂଜନ ମିଶ୍ର ଉଦଘାଟନ କରିବା ସହ ରୋଟାରୀ କ୍ଲବ ପୁରୀ ସାଗରର ସଭାପତି ରୋଟାରିଆନ ଯୁଧିଷ୍ଠିର ଲେଙ୍କା, ସମ୍ପାଦକ ରୋଟାରିଆନ ହିମାଂଶୁ ମୋହନ ମହାନ୍ତି, ପୂର୍ବତନ ସଭାପତି ରୋଟାରିଆନ ଅଶୋକ କୁମାର ପାତ୍ର, ନିର୍ବାଚିତ ସଭାପତି ରୋଟାରିଆନ ସରୋଜ କୁମାର ପାଣିଗ୍ରାହୀ, ଉପ ସଭାପତି ଧବଲେଶ ମହାପାତ୍ର ତଥା କ୍ଲବର ଅନ୍ୟ ସମସ୍ତ ରୋଟାରିଆନ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବସ୍ତି ବାସିନ୍ଦାମାନଙ୍କୁ ଦିଆଯିବାର ସ୍ଥିର କରାଯାଇ ଅଛି |