
ଭୁବନେଶ୍ୱର – ପ୍ରଗତୀ ପ୍ରକାଶନୀ ତରଫରୁ ଏକ ବହି ଦୋକାନ ଜୟଦେବ ବିହାରସ୍ଥିତି ସାମ୍ୟବାଦୀ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ବିରେନ୍ଦ୍ର ନାୟକ ଏହି ବହି ଦୋକାନକୁ ଉଦ୍ଘାଟନ କରିଥିଲେ । ଏହି ବହି ଦୋକାନରେ ବାମପନ୍ଥୀ ମାର୍କ୍ସବାଦୀ, ସାହିତ୍ୟ ଏବଂ ପୁସ୍ତକ ସମେତ ଗାନ୍ଧୀଜି , ଆମ୍ବେଦକର, ଲୋହିଆ ଇତ୍ୟାଦି ବିଚାରର ସମସ୍ତ ଉପାଦେୟ ପୁସ୍ତକଗୁଡିକ ଉପଲବ୍ଧ ହେବ । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ ବିକଳ୍ପ ଜନବାଦୀ ବିଚାରକୁ ଆଧାର କରି ଏହି ଭଳି ଏକ ବହି ଦୋକାନ ତଥା ପୁସ୍ତକ ପ୍ରଚାର ଏବଂ ପ୍ରସାର ଅଭିଯାନ ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ପ୍ରଫେସର ବିରେନ୍ଦ୍ର ନାୟକ ନିଜର ଉଦ୍ଘାଟନୀ ବକ୍ତବ୍ୟରେ କହିଥିଲେ ।
ଏହି ଉସôବରେ ଭାଷାବିତ୍ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ପ୍ରଫେସର ସୁମିତ୍ରା ପଟେଲ୍, ପ୍ରଫେସର କିଶୋର ଚନ୍ଦ୍ର ସାମଲ , ପ୍ରଫେସର ଅମୀୟ ମହାନ୍ତି, ମାର୍କ୍ସବାଦୀ ନେତା ଜନାର୍ଦ୍ଧନ ପତି, ଅଳି କିଶୋର ପଟ୍ଟନାୟକ, ବିଶିଷ୍ଟ ସାହିତି୍ୟକ ତଥା ଟ୍ରେଡ୍ ୟୁନିୟନ ନେତା ସୌରୀବନ୍ଧୁ କର, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଡଃ ଅଶ୍ୱିନୀ କୁମାର ମିଶ୍ର, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଶ୍ରମିକ ନେତା ଦୁଷ୍ମନ୍ତ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଜଗଦୀଶ୍ ଜେନା, ଫରୱାର୍ଡ ବ୍ଳକ୍ର ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ପ୍ରମୁଖ ବହୁ ପୁସ୍ତକ ପ୍ରେମୀ , ସାହିତି୍ୟକ ଏବଂ ବୁଦ୍ଧିଜିବୀମାନେ ଅଂଶ ଗ୍ରହଣ କରିଥିଲେ । ଜନାର୍ଦ୍ଧନ ପତିଙ୍କ ପୌରହିତରେ ସୁରେଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।