
ବାରିପଦା -ଡ଼ିସେମ୍ବର ୧୩ ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩୯୩ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୨୬ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩, ୫୫୯ରେ ପହଁଞ୍ଚିଛି । କରୋନା ସଂକ୍ରମିତମାନଙ୍କ ମଧ୍ୟରୁ କ୍ରିଟିକାଲମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ସେହିପରି ଡ଼ିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୩୩୭ ରହିଥିବା ସମୟରେ ଡ଼ିସେମ୍ବର ୧୨୩ ସୁଦ୍ଧା ୧୩୬ ଜଣ ସକ୍ରିୟ ଥାଇ କୋଭିଡ଼ ହସପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଥିବା ସମୟରେ ଆଜି ଜିଲ୍ଲାରୁ ଜଣେ ୫୮ ବର୍ଷ ବୟସ ପୁରୁଷଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ।