
ବେଲଗୁଣ୍ଠା, ଗତ ନଭେମ୍ବର 14 ତାରିଖରେ ଓଡ଼ିଶା ସରକାରଙ୍କ ମୋ ସ୍କୁଲ୍ କାର୍ଯ୍ୟକ୍ରମର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ତରଫରୁ ମୋ ସ୍କୁଲ୍ ଆନୁକୁଲ୍ୟରେ ଆରମ୍ଭ କରାଯାଇଥିବା ଷ୍ଟ୍ରିଟ୍ ଷ୍ଟୋର୍ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଆଜି ଗାଙ୍ଗପୁର ଅଞ୍ଚଳର ବିଭିନ୍ନ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଇଲାକାରେ ଭ୍ରାମ୍ୟମାଣ ଷ୍ଟ୍ରିଟ୍ ଷ୍ଟୋର୍ ର ଆୟୋଜନ କରାଯାଇ ବହୁ ଅବହେଳିତ ଲୋକଙ୍କୁ ପୋଷାକ, ଶାଢ଼ୀ, ଶୀତ ପୋଷାକ ଏବଂ ବେଡ୍ ସିଟ୍ ବଣ୍ଟନ କରାଯାଇଥିଲା I’ ଥିଲେ ଦିଅ ନଥିଲେ ନିଅ ‘ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ପରାମର୍ଶରେ କାର୍ଯ୍ୟକ୍ରମର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଗାଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ କୁଲାଙ୍ଗୀ, କାଳିଆଗୁଡା,ନିମପଲ୍ଲୀ ,ମକରାପଲ୍ଲୀ ଭଳି ଦୁର୍ଗମ ଅଞ୍ଚଳର ଲୋକଙ୍କ ଘରକୁ ଯାଇ ପୁରାତନ ଛାତ୍ର ମାନେ ଅବହେଳିତ ଲୋକଙ୍କ ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଶୀତ ବସ୍ତ୍ର ସହିତ ବେଡ୍ ସିଟ୍ ପ୍ରଦାନ କରିଥିଲେ I
ଆଜିର କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ରାଜ୍ କିଶୋର, କୃଷ୍ଣ,ରବିନ୍ଦ୍ର, ରାଜା, ସମୀର୍, ଶିବ ପ୍ରସାଦ ଏବଂ ଶିଶିର ସହଯୋଗ କରିଥିବା ବେଳେ ସ୍ଥାନୀୟ ଶିକ୍ଷକ ତଥା ଯୁବ ସମାଜସେବୀ ତରଣୀସେନ ସେଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଅନୁଷ୍ଠାନର ଏହିଭଳି ଜନ ହିତକର କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି I ପ୍ରକାଶ ଥାଉକି ଗତ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଡ଼ିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ସାହୁ ପ୍ରକାଶ କରିବା ସହ ଆଗାମୀ ଦିନରେ ଦୁର୍ଗମ ତଥା ହରିଜନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ପିଲା ମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୋ ସ୍କୁଲ୍ ଆନୁକୂଲ୍ୟରେ ଶିକ୍ଷାର ଆଲୋକ କର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO