
ମାଲକାନଗିରି-ଗତ କାଲି ସନ୍ଧ୍ୟାରେ ମାଲକାନଗିରି ବସ୍ଷ୍ଟାଣ୍ଡ୍ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍ଖାମାଲକାନଗିରି ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଛି। ବସ୍ଷ୍ଟାଣ୍ଡ୍ରୁ ଜବତ ଗୁଟ୍ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍ଖା ବସ୍ତାର ମାଲିକ ଟି. ସତ୍ୟନାରାୟଣ ସୁବୁଦ୍ଧି ଏବଂ ଅଟୋ ଚାଳକ ବିଷ୍ଣୁ ବେହେରା। ବେଆଇନ ଭାବେ ବିପୁଳ ପରିମାଣର ଗୁଟ୍ଖା ମାଲକାନଗିରି ବସ୍ଷ୍ଟାଣ୍ଡ୍ରୁ କାଲିମେଳାକୁ ପରିବହନ କରାଯାଉଥିବା ପାଟ୍ରୋଲିଙ୍ଗ୍ ଡିୟୁଟିରେ ଥିବା ସବ୍-ଇନ୍ସ୍ପେକ୍ଟର୍ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ପୁଲିସ ବସ୍ଷ୍ଟାଣ୍ଡ୍ରେ ଚଢ଼ାଉ କରିଥିଲା। ଧରା ଯାଇଥିବା ବ୍ୟକ୍ତିଦ୍ୱୟ ଗୁଟ୍କାର ମାଲିକାନା ଓ ପରିବହନ ସଂକ୍ରାନ୍ତ କୌଣସି ବିଲ୍, ଲାଇସେନ୍ସ୍ କିମ୍ବା କିଛି କାଗଜପତ୍ର ଦେଖାଇ ପାରି ନ ଥିଲେ। ତେଣୁ ପୁଲିସ୍ ଗୁଟ୍କା ଏବଂ ଅଟୋରିକ୍ସାକୁ ଜବତ କରିବା ସହ ବ୍ୟକ୍ତିଦ୍ୱୟଙ୍କୁ ଗିରଫ କରିଥିଲା। ଏହି ଭଳି ସୂଚନା ଆଧାରରେ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବେଆଇନ ଗୁଟ୍ଖା ଜବତ କରାଯାଇଛି। ଏହି ଗୁଟ୍ଖା ବସ୍ତା ସବୁ ବ୍ରହ୍ମପୁର ଓ ଜୟପୁର ଅଞ୍ଚଳରୁ ଯୋଗାଣ ହେଉଥିଲା। ଜବତ ହୋଇଥିବା ସମୁଦାୟ ଗୁଟ୍ଖା ବସ୍ତାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇପାରେ। ଏହି ଘଟଣାରେ ମାମଲା ରୁଜୁ କରି ପୁଲିସ ସମୁଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଅଦାଲତରେ ହାଜର କରାଇବା ପ୍ରକ୍ରିୟା କରିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି, ମାଲକାନଗିରିର ବିଷ୍ଣୁ ବେହେରା, କାଲିମେଳାର ଟି. ସତ୍ୟନାରାୟଣ ସୁବୁଦ୍ଧି, ଦୁର୍ଗାଗୁଡ଼ି ଷ୍ଟ୍ରିଟ୍ର ପି. ବାଲା ଓ ସୁଶାନ୍ତ ପ୍ରଧାନ, ତାଳଚେର କଲୋନିର ଦେବେନ୍ଦ୍ର କୁମାର ତ୍ରିପାଠୀ, ମାଲକାନଗିରି ମୁଖ୍ୟ ରାସ୍ତା ଅଞ୍ଚଳର ପ୍ରେମାନନ୍ଦ ପ୍ରଧାନ ଓ କେ. ତ୍ରିମାଲ ପୃଷ୍ଟି ଓ ବୁଟିଗୁଡ଼ାର ସନାତନ ମହାକୁଡ଼।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO