ଭୁବନେଶ୍ୱର – ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଦିନ ଅବସରରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱ କରି କହିଥିଲେ ଯେ, ସାରା ବିଶ୍ୱରେ ଦୁଇଜଣ ଓଡ଼ିଆ ବରପୁତ୍ର ସେବାର ମୂର୍ତିମନ୍ତ ପ୍ରତୀକ ଥିଲେ । ଜଣେ ହେଲେ ସନ୍ଥକବି ଭୀମଭୋଇ ଓ ଆଉଜଣେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଭୀମଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ- ଜଗତ ଉଦ୍ଧାର ହେଉ ଓ ଗୋପବନ୍ଧୁ ଦାସ କହିଥିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ- ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଏହା ଛୋଟକଥା ନୁହେଁ । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀ ଶାଖା ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ବାସନ୍ତି ତ୍ରିପାଠୀ ପରିଷଦ ସଦସ୍ୟ ଶିବ ପ୍ରସାଦ ମିଶ୍ର, ମହେଶ୍ୱର ବିଶ୍ୱାଳ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଅକ୍ଷୟ ଜେଠୀ ଓ ପ୍ରକାଶ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।
Related Stories
October 15, 2024