
ଧର୍ମଶାଳା – ଯାଜପୁର ସଦର ଥାନା ଅନ୍ତର୍ଗତ କଚେରୀଗାଁର ସ୍ୱର୍ଗତ ଦିବାକର ନାୟକଙ୍କ ପୁଅ ପ୍ରବୀର (୩୯) ଆସାମ ରାଇଫଲର ୮ମ ବାଟାଲିଅନରେ ଗନମ୍ୟାନ ଭାବେ ଚାକିରୀ କରିଥିଲେ । ସେ ଗତ ୨୦୦୧ ମସିହାରେ ଚାକିରିରେ ଯୋଗଦେଇଥିଲେ । ନାଗାଲାଣ୍ଡ ରେଜିମେଂଟରେ କାର୍ଯ୍ୟରତ ଥିବା ବେଳେ ପ୍ରବୀରଙ୍କର ଗତ ରବିବାର ଦିନ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା । ପ୍ରବୀର ଓୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ହେତୁ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ବୁଧବାର ସୁଦୁର ନାଗାଲାଣ୍ଡରୁ ପ୍ରବୀରଙ୍କ ମର ଶରୀର ତାଙ୍କ ଜନ୍ମ ମାଟି କଚେରୀ ଗ୍ରାମ ଠାରେ ପହଁଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତଙ୍କ ଆଖିରେ ଲୁହ ଛଳଛଳ ହୋଇ ବାହାରି ଆସୁଥିଲା । ସମସ୍ତଙ୍କ ମୁହଁରେ ପ୍ରବୀର ଅମର ରହେ ବୋଲି ପ୍ରଙ୍କମ୍ପିତ ହୋଇଥିଲା । ବରୁଆଁଛକଠାରେ ସତ୍ୟନାରାୟଣ ବଣିକ ସଂଘ ଓ ଲକ୍ଷ୍ମୀନାରାୟଣ ବଣିକ ସଂଘ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ପରେ କଚେରୀ ଗାଁ ର ରାଜଘାଟ ପୋଲ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀର କୁ ଗାଁ ପରିକ୍ରମା କରାଯାଇ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଆସାମ ରାଇଫଲରୁ ଆସିଥିବା ବିଭାଗୀୟ ଅଧିକାରୀ,ଜିଲା ପ୍ରଶାସନ ତରଫରୁ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ଜିଲା ଉପ ଆରକ୍ଷୀ ଅଧିକାରୀ ଜୟରାମ ଶତପଥୀ,ସଦରଥାନାଅôିକାରୀ ବଂଶୀଧର ବେହେରା,ସୁଚନା ଲୋକସଂମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ସହକାରୀ ତହସିଲଦାର୍ ଓ ଉପରବରୁଆଁ ସରପଂଚ ନନ୍ଦ କିଶୋର ସାହୁଙ୍କ ଉପସ୍ଥିତିରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯାଇଥିଲା ଓ ପରେ ବ୍ଲକ ଅଧ୍ୟକ୍ଷ୍ ପ୍ରଦୀପ କୁମାର ନାୟକ,ମ୍ୟୁନିସପାଲିଟିର ପୁର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ,ସିମିଳିଆ ସରପଂଚ ପରେଶ କୁମାର ବିଶ୍ୱାଳ,ସୁଜନପୁର ବିଧାୟକ ପ୍ରତିନିଧୀ ଗଣେଶ ମହାକୁଢ,ବ୍ରଜ କିଶୋର ପାଢୀ ପ୍ରମୁଖ ରାଜନୈ÷ତିକ ଦଳର ନେତୃବୃନ୍ଦ ଶବାଧାରରେ ଅଂଶଗ୍ରହଣ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଥିଲା । ପ୍ରବୀରଙ୍କର ୨ଟି ଝିଅ ଥିବା ବେଳେ ପରିବାରର ଅନ୍ୟ ୩ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ କାର୍ଯ୍ୟରତ ଅଛନ୍ତି । ଜିଲାପ୍ରଶାସନ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦିଆଯାଇଥିଲା ।\nଦେଶ ପାଇଁ ସେ ସଦାସର୍ବଦା ଚିନ୍ତିତ ଥିଲେ । ଜଣେ ସରଳ ମଣିଷ ଓ ଦେଶ ରକ୍ଷାକାରୀଙ୍କ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି କୋହଭରା କଣ୍ଠରେ ସ୍ୱର୍ଗତ ପ୍ରବୀରଙ୍କ ପତ୍ନୀ ଦୀପ୍ତିକା ପ୍ରକାଶ କରିଛନ୍ତି ।