
ମା ଲକାନଗିରି-ଏବେ ଆଉ ନାହିଁ ଜଳ ବନ୍ଦୀ ଜୀବନ , ଏବେ ଆଉ ନାହିଁ ମାଓ ସମସ୍ୟା । ବିଛିନ୍ନାଂଚଳରୁ ସ୍ୱାଭିମାନ ଅଂଚଳର ମାନ୍ୟତା ପାଇଛି । ଅଂଚଳ ବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ବଢ଼ାଇ ୨୧୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଆଉ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ଭ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଗୋଟିଏ ଡାକ୍ତର ମଧ୍ୟ ଯୋଗାଇଛନ୍ତି । କିନ୍ତୁ ଲାଲଗଡରେ ସ୍ୱାସ୍ଥ୍ୟ ସେବା ଦେଖିଲେ ସରକାରୀ ସ୍ୱାସ୍ଥ୍ୟ ସେବା ଅଂଚଳ ବାସୀ ଙ୍କ ପାଇଁ ପ୍ରହସନ ପାଲଟିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାତିଛନ୍ତି ନକଲି ଡାକ୍ତର । ଡାକ୍ତରୀ ପାଠ ପଢ଼ିନଥିଲେ ବି ଡାକ୍ତର ଙ୍କ ଭଳି ଚିକିତ୍ସା କରୁଛନ୍ତି ଆଉ ମନଇଚ୍ଛା ଔଷଧ ଓ ଇଜେକ୍ସେନ ମଧ୍ୟ ଦେଉଛନ୍ତି ଆଉ ପଚାରିବାରୁ ଆମକୁ ଆମ ବଡ ଡାକ୍ତର ପଠାଇଛନ୍ତି ବୋଲି କହୁଛନ୍ତି । ଚି କିତ୍ସା ନା ରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣ ପତ୍ର ନାହିଁ ପଚାରିଲେ କହୁଛନ୍ତି +୨ କଳା ପଢ଼ିଛନ୍ତି ନିଜକୁ ଡାକ୍ତର ର ପରିଚୟ ଦେଇ ସ୍ୱାଭିମାନ ଅଂଚଳର ନିରୀହ ଆଦିବାସୀଙ୍କୁ ଠକି ଚାଲିଛନ୍ତି । ସ୍ୱାଭିମାନ ଅଂଚଳର ପଣ ସ ପୁଟ ପଞ୍ଚାୟତ ର ଜାମୁଗୁଡା ସ୍କୁଲ ପିଣ୍ଡା ରେ ବସି ବାଣ୍ଟୁଛନ୍ତି ଔଷଧ , ଚିକିତ୍ସା ମଧ୍ୟ କରୁଛନ୍ତି ଆଉ ପଚାରିଲେ କହୁଛନ୍ତି ଆଗରୁ ଆମେ ବହୁଥର ମେଡିକାଲ କ୍ୟାମ୍ପ ମଧ୍ୟ କରିଛୁ । ବି. ଏସ. ଏଫ ମାନଙ୍କୁ ମଧ୍ୟ ଔଷଧ ଦେଇଛୁ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ କହୁଛନ୍ତି ଆମ ପାଖରେ କୌଣସି ତଥ୍ୟ ନାହିଁ ।ଅଭିଯୋଗ ହେଲେ ତଦନ୍ତ କରି କାର୍ୟ୍ୟ ନୁଷ୍ଠାନ ନେବେ ତେଵେ କେହି ବି ଏ ଘଟଣା ଦେଖିଲେ ଚକିତ କରିବ ନିଶ୍ଚିତ , ଏହି କ୍ଵାକ ମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି ଏବଂ ଔଷଧ ମଧ୍ୟ ଦେଉଛନ୍ତି ।ପେଟି ପେଟି ଔଷଧ ମଧ୍ୟ ଅଛି ଆଉ ବ୍ୟବହୃତ ଇଂଜେକସନ ମଧ୍ୟ ଅଛି , ଆଉ ଜଣଙ୍କ ପିଛା ହଜାର ରୁ ଦୁଇ ହଜାର ଟଙ୍କା ନେଉଛନ୍ତି । ସବୁଠୁ ବଡ କଥା ହେଉଛି ଔଷଧ ଦେଉଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ବହୁଥର ସ୍ୱାଭିମାନ ଅଂଚଳରେ ମେଡିକାଲ କ୍ୟାମ୍ପ କରିଛନ୍ତି , ଆଉ ତାଙ୍କର କିଏ ବଡ ଡାକ୍ତର ଆସି ରୋଗୀଙ୍କୁ ପରୀକ୍ଷା କରି ଔଷଧ ଲେଖିନେଇଥିଲେ , ଏବେ ସେ ଆସି ଲେଖାଯାଇଥିବା ଔଷଧ କୁ ଦେଉଛନ୍ତି । ଆଉ ତାଙ୍କ ପାର୍ଶ୍ଵରେ ବସିଥିବା ଆଉ ଜଣେ ଯୁବକ ଲ୍ୟାପଟପ ଧରି ପରୀକ୍ଷା କରୁଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟ ହେବା କଥା ହେଉଛି ସେ ଅଷ୍ଟମ ଶ୍ରେଣୀରୁ ଅଧିକ ପଢିନାହାନ୍ତି । ମନ ଇଚ୍ଛା ଔଷଧ ଦେଉଛନ୍ତି ଆଉ ମନଇଚ୍ଛା ଇଂଜେକସନ ଦେଉଛନ୍ତି , ହେଲେ ଜଣେ ରୋଗୀକୁ ଏଭଳି ଔଷଧ ରୋଗୀଙ୍କ ଭବିଷ୍ୟତ କଣ ହେବ ତାହା ଭଗବାନ ଭରସା । ଯେଉଁଠି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରଙ୍କ ସ୍ବାସ୍ଥ୍ୟ ସେବା ଅପହଞ୍ଚ ସେଭଳି ଅଂଚଳରେ କାୟା ବିସ୍ତାର କରିଛନ୍ତି ଏଭଳି ନକଲି ଡାକ୍ତର , ତେଣୁ ପ୍ରଶାସନ ଏଭଳି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସହ ନକଲି ଡାକ୍ତର ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO