
ଭୁବନେଶ୍ୱର– ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗୋଟିଏ ମାମଲା ରୁଜୁ କରିଛି । ସେହିପରି ପୋଲିସ ଗତ ୨୪ ଘଂଟାରେ ୮ ଜଣଙ୍କୁ ଗିରଫ କରିଥିବା ବେଳେ ୬୭୬ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୨,୮୯,୫୫୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।