
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଶହୀଦ ଜୟୀ ରାଜଗୁରୁଙ୍କ ର ୨୧୪ତମ ବଳିଦାନ ଦିବସ ରେ ଆଜି ପୁରୀ ବେଳାଭୂମି ରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ସୁଦାମ ପ୍ରଧାନ ଙ୍କ ଦ୍ୱାରା ଏକ ବାଲୁକା ଚିତ୍ର ର ଅନାବରଣ କରାଯାଇଛି I ଏହି ଅବସର ରେ ବାଲୁକା ଶିଳ୍ପୀ ଶ୍ରୀ ସୁଦାମ ପ୍ରଧାନ ଏକ ମନ୍ତବ୍ୟ ରେ କହିଛନ୍ତି ଯେ ସେ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନ ଓ ବଳିଦାନ ରେ ବଳିଷ୍ଠ ପ୍ରେରଣା ପାଇଛନ୍ତି I ସେ କହିଛନ୍ତି, ବୀରତ୍ୱ, ଦେଶପ୍ରେମ ଓ କର୍ତବ୍ୟ ନିଷ୍ଠା ଏକ ଅନନ୍ୟ ଉଦାହରଣ ଶହୀଦ ଜୟୀ ରାଜଗୁରୁ ଭାରତ ବାସୀଙ୍କ ପାଇଁ ଯୁଗ ଯୁଗ ଧରି ପ୍ରେରଣା ର ଉଶ୍ଚ ହୋଇ ରହିଥିବେ I
ମୁଷ୍ଟିମେୟ ବୀର ପାଇକ ଙ୍କୁ ନେଇ ୫୦୦୦ ରୁ ଉର୍ଦ୍ଧ ବ୍ରିଟିଶ ସେନାନୀ ଙ୍କୁ ବରୁଣେଇ ର ଯୁଦ୍ଧ ରେ ସେ ଯେପରି ବୀରତ୍ୱ ର ପରାକାଷ୍ଠା ଏବଂ ଦେଶ ପ୍ରତି କର୍ତ୍ତବ୍ୟନିଷ୍ଠା ଦେଖାଇଛନ୍ତି, ଯୁଗ ଯୁଗ ଧରି ତାହା ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ I ବାଲୁକା ଚିତ୍ର ରେ ନିଖୁଣ ଭାବେ ସେ ସମୟ ର ରୋମାଞ୍ଚ କାରି ସ୍ମୃତି ଉଦ୍ରେକ କରିଛନ୍ତି ଶିଳ୍ପୀ ସୁଦାମ I ମହୋଦଧି ର ବେଳାଭୂମି ରେ ଶହୀଦ ଜୟୀ ରାଜଗୁରୁ ଙ୍କର ଏହି ବାଲୁକା ସ୍ଥାପତ୍ୟ ବହୁ ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରିଚି I ତାଙ୍କ ମତ ରେ ଏଭଳି ଏକ ମହାପୁରୁଷ ଙ୍କର ସ୍ମୃତି ରକ୍ଷା କରିବା ଓ ତାଙ୍କର କଳା ମାଧ୍ୟମ ରେ ଓଡିଶା ର ଅପୂର୍ବ କଳା, ବୀରତ୍ୱ ଓ ବଳିଦାନ କୁ ଦର୍ଶାଇବା ତାଙ୍କର ଲକ୍ଷ I ବାଲୁକା ଶିଳ୍ପ ମାଧ୍ୟମ ରେ ପାଇକ ବିଦ୍ରୋହ ର ମୁଖ୍ୟ ସୂତ୍ରଧର ଓ ଦେଶର ସ୍ୱାଧୀନତା ରେ ପ୍ରଥମ ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶ ର ଯୁବ ପିଢିଙ୍କୁ ଏହି ଚିତ୍ର ଅନୁପ୍ରାଣିତ କରିବା ବୋଲି ସେ ଆଶା ପ୍ରକାଶ କରିଛନ୍ତି I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO